ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ ଉତ୍ସବ ପାଳିତ


ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ପକ୍ଷର ତ୍ରୟୋଦଶ ଦିବସ ଅବସରରେ ଆଜି “ପାରମ୍ପରିକ ଖାଦ୍ୟ ଆମ ରୁଚି ଆମ ଖାଦ୍ୟ” ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ, ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଖାଦ୍ୟର ବିବିଧତା ଓ ସାଂସ୍କୃତିକ ମହତ୍ତ୍ୱକୁ ଉଜାଗର କରାଯାଇଛି। ଏହି ଅବସରରେ ବିଭିନ୍ନ SHG ମଧ୍ୟରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ରେ ପ୍ରଥମ ହେଲେ ମା ସମଲେଇ ଏସଏଜି , ଦ୍ବୀତ୍ୟ ସ୍ଥାନ ହେଲେ ବେଟା ଏସଏଜି ଓ ତୃତୀୟ ହେଲେ ଜୟ ମା ଚଣ୍ଡି ଏସଏଜି ।
ଏହି ପରିପ୍ରେକ୍ଷୀରେ ସଦର ମହକୁମାସ୍ଥିତ ପାନ୍ଥନିବାସ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇ କହିଥିଲେ ଯେ ଆମ ପାରମ୍ପରିକ ଖାଦ୍ୟ କେବଳ ରୁଚିରେ ନୁହେଁ, ଆମ ସଂସ୍କୃତି ଓ ପରିଚୟରେ ମଧ୍ୟ ଅନନ୍ୟ। ଏହାକୁ ସଂରକ୍ଷଣ ଓ ପ୍ରଚାର କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏହି ଅବସରରେ ସହକାରୀ ଜିଲ୍ଲାପାଳ ଶ୍ରୀ ସ୍ମୃତିରଞ୍ଜନ ରାଉତ , ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲ୍ଲୁ , ଜିଲ୍ଲା ସଂସ୍କୃତି ଅଧିକାରୀ ମାମୁନି ଆଚାର୍ଯ୍ୟ, ଡିପିସି ମିଶନ ଶକ୍ତି ଭାରତୀ ବେଶରା, ଡେପୁଟି ଡାଇରେକ୍ଟର ପର୍ଯ୍ୟଟନ ଶ୍ରୀ ରବୀନ୍ଦ୍ର ଦଲେଈ , ପ୍ରୋଟେକ୍ସନ ଅଫିସର ପୁର୍ଣିମା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।