ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର କାର୍ଯ୍ୟକ୍ରମ


ସମ୍ବଲପୁର : ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ସୂଚନା ମତେ ସକାଳ ଘ.୭: ୪୫ମି ଗ୍ରୀନ ପାର୍କ ହନୁମାନ ମନ୍ଦିର ଦର୍ଶନ କରି ସକାଳ ୮ ଘଣ୍ଟା ରେ ମୁଦିପଡ଼ା ଛକରେ ଥିବା ଭାରତରତ୍ନ ବାବା ସାହେବ୍ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ତତ୍ ସଂଲଗ୍ନ କାର୍ଯକ୍ରମରେ ଯୋଗଦେବେ।
ଏହାପରେ ସକାଳ ୯ ଘଣ୍ଟାରେ କବରାପାଲି ଠାରେ ଅନୁଷ୍ଠିତ ହେଉଥିବା ଶ୍ରୀରାମ ନବମ ଉତ୍ସବରେ ଯୋଗଦେଇ ପୂର୍ବାହ୍ନ ଘ.୯:୩୦ମି ସନାତନ ପାଲି ଠାରେ ପୁଷ୍ପ କୃଷି ମେଳାରେ ଯୋଗଦେବା ସହିତ ଆର.ଏମ.ସି.ମାର୍କେଟ ଶିଳାନ୍ୟାସ କରି ପୁଷ୍ପ ଉଦ୍ୟାନ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।
ସେହିପରି ପୂର୍ବାହ୍ନ ଘ.୧୧: ୩୦ମି଼ ଚାରମାଳ ନିକଟସ୍ଥ କୁବେଲ ଯାଇ ମେରୁ ଯାତ୍ରା ଦର୍ଶନ ଦର୍ଶନ କରିବେ।
ଅପରାହ୍ନ ୩ ଘଣ୍ଟା ହୀରାକୁଦ ଦଣ୍ଡକାଳି ମେରୁ ଯାତ୍ରାରେ ଯୋଗଦାନ କରି ଅପରାହ୍ନ ଘ.୪: ୧୫ମି ଏସ.ଆର୍.ଆଇ.ଟି କଲୋନୀ ହନୁମାନ ଜୟନ୍ତୀ, ଅପରାହ୍ନ ଘ.୪:୩୦ମି଼ ଧନକଉଡ଼ା ହନୁମାନ ଜୟନ୍ତୀ,ସନ୍ଧ୍ୟା ୫ ଘଣ୍ଟାରେ ସୁନାପାଲି ହନୁମାନ ଜୟନ୍ତୀ,ସନ୍ଧ୍ୟା ଘ.୫: ୧୫ମି ଧନୁପାଲି ହନୁମାନ ଜୟନ୍ତୀ,ସନ୍ଧ୍ୟା ଘ.୫:୩୦ମିରେ ମାୟାବଗିଚା ହନୁମାନ ଜୟନ୍ତୀରେ ଯୋଗଦେଇ ସନ୍ଧ୍ୟା ୭ ଘଣ୍ଟାରେ ବୃକ୍ସହିଲ୍ ଶ୍ରୀରାମ ହନୁମାନ ମନ୍ଦିର ଯାଇ ହନୁମାନ ଜୟନ୍ତୀ ଆଳତୀରେ ଭାଗ ନେବେ।ସେଠାରୁ ସନ୍ଧ୍ୟା ଘ.୭:୩୦ମି ଜିଲ୍ଲା ସ୍କୁଲ୍ ଛକ ଠାରେ ହନୁମାନ ଜୟନ୍ତୀ ମହାଆଳତୀରେ ସାମିଲ ହୋଇ ରାତ୍ରୀ ଘ.୮: ୩୦ରେ ଶକ୍ତି ଚ୍ଛକ ହନୁମାନ ଜୟନ୍ତୀ ଓ ଆଖଡ଼ା ସମ୍ମର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦାନ କରିବେ। କେନ୍ଦ୍ରମନ୍ତ୍ରୀଙ୍କ ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମ ନେଇ ସମସ୍ତ କମିଟି ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ସୁକତା ଭରିରହିଛି। ପ୍ରଶାସନ ମଧ୍ୟ୍ୟ ଏଥି ପାଇଁ ଆଗତୁରା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ସମସ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ସଜାଗ ରହିଛି।