ବୀରମହାରାଜପୁର ରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ହନୁମାନ ଜୟନ୍ତୀ ଅବସରରେ ବାଇକ ଶୋଭାଯାତ୍ରା


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ପାଥରଘାଟ ହନୁମାନ ବାଟିକା ରେ ପୂଜାର୍ଚନା କରି ସାରିବା ପରେ ଏକ ବାଇକ ଶୋଭାଯାତ୍ରା ବାହାରି ବୀରମହାରାଜପୁର ଛକ ଦେଇ ତିଠିପାଲି , କମ୍ୱଲପୁର ଦେଇ ଟାଙ୍ଗର ସାହି ସ୍ଥିତ ହନୁମାନ ଙ୍କୁ ପୂଜାର୍ଚନା କରି ବାଗବର ପର୍ଯ୍ୟନ୍ତ ଯାଇଥିଲେ l ଏହାକୁ ଦୃଷ୍ଟି ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ର ଦେଖିବାକୁ ମିଳିଥିଲା l ରାଷ୍ଟ୍ରୀୟ ବଜରଙ୍ଗ ଦଳ ର ସଂଯୋଜକ ଅବିନାଶ ଥନାପତି ଙ୍କ ନେତୃତ୍ୱ ରେ, ପୂର୍ବତନ ସଂଯୋଜକ ପ୍ରକାଶ ପଧାନ, ଶୁଭମ ପ୍ରିତମ ହୋତା ଓରଫ ବିକି, ଅବନିଷ ହୋତା, ଶୁଭେନ୍ଦୁ ଷଡ଼ଙ୍ଗୀ, ଚିନ୍ମୟ ପଣ୍ଡା , ରୋହିତ ହୋତା ଙ୍କ ସମେତ ଶତାଧିକ ରାଷ୍ଟ୍ରୀୟ ବଜରଙ୍ଗ ଦଳ ର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ l