Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ରେ ବହୁ ଧୁମ୍ ଧାମରେ ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ ବହୁ ଧୁମ୍ ଧାମରେ ରେ ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ପଲନ କରାଯାଇଛି। ରେଙ୍ଗାଲି ମହାବୀର ଛକ ସ୍ଥିତ ହନୁମାନ ମନ୍ଦିରରେ 13 ତମ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳନ କରାଯାଇଛି। ଧୀରେନ୍ଦ୍ର କୁମାର ପାଢ଼ୀ ମୂଖ୍ୟ କର୍ତ୍ତା ଦାୟିତ୍ଵ ପାଳନ କରିଥିଲେ। ରେଙ୍ଗାଲି ହନୁମାନ ଜୟନ୍ତୀ ସମନ୍ୟୟ ସମିତି ପକ୍ଷରୁ ଏହି ଜୟନ୍ତୀ ପାଳନ କରାଯାଇଥିଲା। ଏହି ଅବସରରେ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ରେଙ୍ଗାଲି ମଉଳି ନଗର ଯୁବକ ସଂଘ ପକ୍ଷରୁ ହନୁମାନ ଜୟନ୍ତୀ ପାଳନ କରାଯାଇଥିଲା। ମଉଳି ନଗର ଯୁବକ ସଂଘ ପକ୍ଷରୁ ଏକ ରେଲି ମଉଳି ନଗର ରୁ ବାହାରି ମହାବୀର ଛକ କୁ ଆସିଥିଲା। ସେଠାରୁ ଏକ ଭବ୍ୟ ଶୋଭା ଯାତ୍ରା ରେଙ୍ଗାଲି ସହର ପରିକ୍ରମା କରିଥିଲା।