Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ଓଡିଆ ପକ୍ଷ ପାଳନ: ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ହେଲେ ପୁରସ୍କୃତ

ସମ୍ବଲପୁର:ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ଵାନ କ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ପାଳନ ଠାରୁ ଆରମ୍ଭ କରି ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ମହା ଆଡମ୍ବରରେ “ଓଡ଼ିଆପକ୍ଷ” ପାଳନ କରାଯାଇଛି । ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରାକୁ, ଆମ ଓଡ଼ିଆ ପରିଚୟ ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ଏହି ଭବ୍ୟ ଏବଂ ଦିବ୍ୟ ସମାରୋହକୁ ପାଳନ କରିବା ପାଇଁ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଲୋକ ପ୍ରତିନିଧି, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷାବିତ, ଲେଖକ, ଗାଳ୍ପିକ, କଳାକାର ଓ ସାଧାରଣ ଲୋକଙ୍କୁ ସାମିଲ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି କ୍ରମରେ ଆଜି ଓଡ଼ିଆ ପକ୍ଷ ପାଳନର ଅନ୍ତିମ ଦିବସ , ଓଡ଼ିଆ ନବବର୍ଷ ଧନକୌଡ଼ା ବ୍ଲକ ର କଳାମାଟି ଠାରେ ମହା ଆଡମ୍ବର ସହକାରେ ପାଳିତ ହୋଇଛି ।
ଓଡିଆ ନବବର୍ଷ ପାଳନ ଅବସର ରେ କଲାମାଟି ଠାରେ ଧନକଉଡ଼ା ବ୍ଲକ୍ ତରଫ ରୁ ଆୟଜିତ ପାରମ୍ପରିକ
ପିଠା ପଣା ପ୍ରତିଯୋଗିତା ରେ ପ୍ରଥମ: ଗୀତାଞ୍ଜଳି ବେହେରା , ଦ୍ଵିତୀୟ: ଆରତୀ ବାରିକ , ତୃତୀୟ: ଉମାପତି ଦେବୀ
ମୁରୁଜ ଅଙ୍କା ରେ ପ୍ରଥମ: ଶିବାନୀ ଭୋଇ , ଦ୍ଵିତୀୟ: ତନୁଜା କୁମ୍ଭାର ,ତୃତୀୟ: ଜୟଶ୍ରୀ ନାଥ ଝୋଟି ପକା ରେ ପ୍ରଥମ: ସୁନୀତା ମିର୍ଦ୍ଧା ,ଦ୍ଵିତୀୟ: ପୂଜାରାଣୀ ମଲ୍ଲିକ ,ତୃତୀୟ: ବେବି ମଟାରି ଏବଂ ପଟ୍ଟଚିତ୍ର ଅଙ୍କା କର୍ମଶାଳା ରେ ରୋଷନୀ ପଣ୍ଡିତ, ଖୁସୀ ସାହା, ଅନୁଷ୍କା ପଣ୍ଡା, ଇସ୍ପିତା ମହାପାତ୍ର, ଇପ୍ସା ସାହୁ, ରହୋନ କୁମ୍ଭାର, ଶିବାନୀ ଭୋଇ, ଜୟଶ୍ରୀ ନାଥ ଓ ପ୍ରତୀକ ପ୍ରସାଦ ପ୍ରମୁଖ ଭାଗ ନେଇ ଥିଲେ ।