Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଆର ଆମ୍ବେଦକରଙ୍କ ୧୩୪ ତମ ଜନ୍ମଜୟନ୍ତୀ

ସମ୍ବଲପୁର:ଗଣ୍ଡା ସମାଜ କଲ୍ୟାଣ ପରିଷଦ ବୁର୍ଲା ପକ୍ଷରୁ ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ବିଆର ଆମ୍ବେଦକରଙ୍କ ୧୩୪ ତମ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା। ବୁର୍ଲା ସ୍ଥିତ ବାଳକ ହାଇସ୍କୁଲ ନିକଟସ୍ଥ ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଏକ ଶୋଭାଯାତ୍ରାରେ ବାହାରି ବିଷ୍ଣୁ ମନ୍ଦିର ପଡା ପୁରୁଣା ଏନଏସି ବିଲଡିଙ୍ଗ ଠାରେ ଜନ୍ମଜୟନ୍ତୀ ସଭା ପାଳନ କରାଯାଇଥିଲା। ପରିଷଦର ସଭାପତି ନିହାଲ ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ, ମୁଖ୍ୟ ବକ୍ତା ମୀନକେତନ ବାଦି, ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର କୁମାର ସୁଅର ପ୍ରମୁଖ ଯୋଗଦାନ କରି ବାବାସାହେବଙ୍କ ଜନ୍ମଜୟନ୍ତୀରେ ତାଙ୍କ ସଂଗ୍ରାମୟ ଜୀବନ ତଥା ଦେଶ ପାଇଁ ଥିବା ବାବା ସାହେବଙ୍କ ଅତୁଳନୀୟ ଅବଦାନର ସ୍ମୁତି ଚାରଣ କରିଥିଲେ। ଜନ୍ମଜୟନ୍ତୀ ସଭା କାର୍ଯ୍ୟକ୍ରମକୁ ପରିଷଦର ଉପସଭାପତି ଶିବଶଙ୍କର ପ୍ରଧାନ ପରିଚାଳନା କରିଥିବାବେଳେ ଶେଷରେ ପରିଷଦର ସମ୍ପାଦକ ଅମିନ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଦିଲିପ ବାଗ,କିଶୋର ବାଗ, ଗୀତାଞ୍ଜଳି ପୋଢ଼ ,ଜ୍ୟୋତ୍ସ୍ନା ନାଏକ, ପ୍ରମୁଖ ଯୋଗଦାନ କରି ବାବା ସାହେବଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ବାବାସାହେବଙ୍କ ଜୀବନି ତଥା ସମାଜ ପାଇଁ ଥିବା ଉପଦେଶ ଉପରେ ଆଧାରିତ ବିଭିନ୍ନ ଗୀତ ଗୁଡିକ ମଞ୍ଚରେ ପରିବେଷଣ କରିଥିଲେ।