Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ମାନଙ୍କୁ ସାକ୍ଷାତକାର ଅଭିଯାନ

ସମ୍ବଲପୁର:ମଙ୍ଗଳବାର ଦିନ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବରିଷ୍ଠ ଙ୍କୁ ସାକ୍ଷାତକାର କାର୍ଯ୍ୟକ୍ରମରେ ଆମ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଆଜୀବନ ସଦସ୍ୟ ବରଗଡ଼ କଲେଜ ରୋଡ଼ ରଙ୍ଗପଡା ନିବାସୀ ଶ୍ରୀ ହର ପ୍ରସାଦ ପଣ୍ଡାଙ୍କ ବାସଭବନ କୁ ଯାଇ ତାଙ୍କ ସହିତ କିଛି ସମୟ ମଧୂର ବାର୍ତ୍ତାଳାପ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ ।
ଏହା ପରେ ଆମ ଅନ୍ୟ ଏକ ଆଜୀବନ ସଦସ୍ୟ ଶ୍ରୀ ଡମ୍ବରୁଧର ନାଏକଙ୍କ ବାସଭବନ କୁ ଯାଇ ସାକ୍ଷାତ କରିଥିଲେ ।
ପଂଚାୟତ କଲେଜ ପାଖ ନିବାସୀ ଚୌରାସି ବର୍ଷୟ ଶ୍ରୀ ଡମ୍ବରୁଧର ନାଏକ ଜଣେ ମେଧାବୀ ଛାତ୍ର ଓ ଅବସରପ୍ରାପ୍ତ ପୋଲିସ ଉପ ଅଧିକ୍ଷକ I ସମାଜ ସେବା ସହ ତାଙ୍କର ପ୍ରଶାସନିକ ଅନୁଭବ ପାଇଁ ଅବସର ପରେ ବରଗଡ଼ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ବାର ବର୍ଷ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ର ଉପଦେଷ୍ଟା ଓ ମୁଖ୍ୟ ଭୂମିକା ତୁଲେଇ ଅଛନ୍ତି I ତାଙ୍କର ଦୃଢ଼ ଅନୁଶାସନ, ସକାରତ୍ମକ କାର୍ଯ୍ୟଶୈଳୀ ଓ ଅପୂର୍ବ ସ୍ମୃତି ଶକ୍ତି ତାଙ୍କର ବାର୍ତାଳାପ ରେ ସ୍ପଷ୍ଟ ଜଣାପଡୁଥିଲା I ଗୁଡ଼ାଏ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍ଗ ସହ ସୁସମ୍ପର୍କ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱର ପରିଚୟ I ଆଜି ସେ ତାଙ୍କର ଅନ୍ତରଙ୍ଗ ଅଭୁଲା ଭାବ ବିନିମୟ କରି ସାମାଜିକ କାମ ରେ ଆମ ଜ଼ିଲ୍ଲା ସଂଘ ର କାମ କୁ ପ୍ରସଂଶା କରିଥିଲେ ।
ଏହି ସ୍ମରଣୀୟ ସାକ୍ଷାତକାର ରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗୋବିନ୍ଦ ଦାଶ , ପ୍ରଶନ୍ନ ପ୍ରଧାନ, ପବିତ୍ର ସରାଫ, ଦେବୀ ପଟ୍ଟନାୟକ ଆଦି କର୍ମକର୍ତ୍ତା ଯୋଗ ଦେଇ ଶ୍ରୀ ହର ପ୍ରସାଦ ପଣ୍ଡା ଓ ଶ୍ରୀ ଡମ୍ବରୁଧର ନାଏକଙ୍କ ସୁସ୍ଥ ଦୀର୍ଘ ନିରାମୟ ଜୀବନ କାମନା କରି ଅନୁଭବ କଲେ ଏହି ସରଳ ପ୍ରୟାସ ଖାଲି ଆମର ସଦସ୍ୟ ନୁହଁ ତାଙ୍କର ପରିବାର ବର୍ଗ ଦ୍ୱାରା ମଧ୍ୟ ବହୁ ଆଦୃତ ଓ ସମୟପଯୋଗୀ ହୋଇଛି I ଉଲ୍ଲେଖ ଯୋଗ୍ୟ, ଏହି କାର୍ଯ୍ୟକ୍ରମକୁ ଅନ୍ୟ ସଂଘମାନେ ମଧ୍ୟ ଆଦର ଓ ଅନୁକରଣ କରୁଛନ୍ତି I