Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁଥ୍ ଆଣ୍ଡ ଇକୋ କ୍ଲବର ପୁରସ୍କାର ବିତରଣୀ ଉତ୍ସବ

ସମ୍ବଲପୁର:ଧନୁପାଲିସ୍ଥିତ ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଦିନ ୟୁଥ୍ ଆଣ୍ଡ ଇକୋ କ୍ଲବର ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ମହାପାତ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବୁଢ଼ାରଜା ଉଚ୍ଚ ବିଦ୍ୟାୟର ଅବସର ପ୍ରାପ୍ତ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଉଦିତ ଚନ୍ଦ୍ର ପାଟଯୋଶୀ ଯୋଗ ଦେଇ ପର୍ଯ୍ୟାବାରଣ ପ୍ରଦୂଷଣର କାରଣ ଓ ସୁରକ୍ଷା ପ୍ରଣାଳୀ ତଥା ପରିବେଶ ସୁରକ୍ଷାରେ ଯୁବକ ଓ ଚାତ୍ରଛାତ୍ରୀଙ୍କ ସହଭାଗିତା ଉପରେ ଆଲୋକପାତ କରିଥିଲେ। ଶିକ୍ଷୟିତ୍ରୀ ସୁଶ୍ରୀ ସଙ୍ଗୀତା ବେହେରା ସଭା ପରିଚାଳନା କରିଥିଲେ। ଶିକ୍ଷକ ସୁରେଶ କୁମାର ଗୌନ୍ତିଆ ଓ ଶିକ୍ଷୟିତ୍ରୀ ସୋନାଲି ବାଗ ସଭାକାର୍ଯ୍ୟରେ ସହଯୋଗ କରିଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ