Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗ ପରିବାର ପକ୍ଷରୁ ଧନକଉଡା ଆଦର୍ଶ ବିଦ୍ୟାଳୟରେ ଯୋଗ ଶିବିର

ସମ୍ବଲପୁର:ଗୋଶାଳା ନିକଟସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟ, ଧନକଉଡାରେ ମଙ୍ଗଲବାର ଏକ ଦିବସୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାଯର୍‌ୟକ୍ରମରେ ଯୋଗ ପରିବାର ସମ୍ବଲପୁରର ଯୋଗଗୁରୁ ଟିକେଲାଲ ଭୋଇ ଯୋଗ ଦେଇ ଯୋଗ ଏବଂ ପ୍ରାଣାୟମ ଶିକ୍ଷା ଦେବା ସହ ଯୋଗର ମହତ୍ତ୍ବ ବିଷୟରେ ବୁଝାଇଥିଲେ । ସକାଲୁ ଉଠିବା ପରେ ଶରୀର ଏବଂ ମନକୁ ପ୍ରଫୁଲ୍ଲିତ ରଖତ୍ବା ପାଇଁ କେଉଁ ସବୁ ଆସନ କରିବା ଆବଶ୍ୟକ ଏବଂ ଏହାଦ୍ୱାରା କଣସବୁ ଲାଭ ହୋଇଥାଏ ସେକଥା ବୁଝାଇ ଥିଲେ । ଜୀବନରେ ଯେ କୌଣସି କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ମନ ଏବଂ ଶରୀରକୁ ସୁସ୍ଥ ରଖତ୍ବାର ଆବଶ୍ୟକତା ରହିଛି । ଏହାସହ ଯାୈବନାବସ୍ଥାରେ ଯୋଗ ସବୁଠାରୁ ଅଧିକ ଲାଭପ୍ରଦ ହୋଇଥାଏ । ଶାରୀରିକ ବୃଦ୍ଧି ହେବ ସମୟରେ ଯୋଗାଭ୍ୟାସ ଦ୍ୱାରା ସୁସ୍ଥ ଶରୀରର ମୂଳଦୁଆ ପଡିଥାଏ । ଯୋଗ ଏବଂ ପ୍ରାଣାୟମର ନିୟମିତ ଅଭ୍ୟାସ କଲେ ମାନସିକ ସ୍ଥିରତା ଆସେ ଯାହାଦ୍ୱାରା ପାଠ ସ୍ବାଧ୍ୟାୟ କରିବାରେ ସହାୟକ ହୋଇଥାଏ ବୋଲି ଯୋଗଗୁରୁ ଟିକେଲାଲ ଭୋଇ କହିଥିଲେ । କାର୍ଯ୍ୟକ୍ରମରେ ଯୋଗପରିବାରର ସଦସ୍ୟ ଭବାନୀଶ ଭୋଇ ଯୋଗଦେଇ ରୋଗଗ୍ରସ୍ତ ଶରୀର ଏବଂ ମନକୁ ନେଇ ଜୀବନର କୌଣସି ସଫଳତା ଦୀର୍ଘସ୍ଥାୟୀ ହୋଇ ପାରିବ ନାହିଁ । ତେଣୁ ଏଥିପାଇଁ ଛୋଟ ସମୟରୁ ଯୋଗାଭ୍ୟାସ ଜରୁରୀ ବୋଲି କହିଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ଖମାରୀ ମଧ୍ୟ ଛାତ୍ରୀଛାତ୍ର ମାନଙ୍କୁ ନିଜେ ନିୟମିତ ଯୋଗାଭ୍ୟାସ କରିବା ସହ ପରିବାର ଲୋକଙ୍କୁ ମଧ୍ୟ ଯୋଗ ବିଷୟରେ ସଚେତନ କରିବାକୁ ଆଗ୍ରହ କରିଥିଲେ । କାର୍ଯ୍ଯକ୍ରମ ଆରମ୍ଭରେ ଅତିଥି ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷୟତ୍ରୀ ଆଳୋକିନୀ ଆଚାର୍ଯ୍ୟ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ