Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

SHG ମହିଳାଙ୍କ ପାଇଁ ଋଣ ନେବା ହେଲା ଆହୁରି ସହଜ, ବଡ଼ ଘୋଷଣା କଲେ ମୋହନ ସରକାର

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସଏଚଜି ମହିଳାଙ୍କ ପାଇଁ ଘୋଷଣା କଲେ ଖୁସି ଖବର ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଋଣ ପ୍ରଦାନ ଅବଧି ଆହୁରି ବର୍ଷେ ବଢ଼େଇଲେ ରାଜ୍ୟ ସରକାର ।

ଏସଏଚଜି ମହିଳାଙ୍କୁ ସୁଧମୁକ୍ତ ଋଣ ପ୍ରଦାନ ଅବଧି ଆଉ ବର୍ଷେ ବଢ଼ିଲା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ନେବା ପାଇଁ ସୁଧ ଦେବାକୁ ପଡ଼ିବ ନାହିଁ । ୩୧ ମାର୍ଚ୍ଚ ସୁଦ୍ଧା ଶେଷ ଅବଧି ୨୦୨୫-୨୬ ଆର୍ଥିକ ବର୍ଷକୁ ବଢ଼ିଲା ।

ମହିଳାଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକରା ବହୁମୁଖୀ ଯୋଜନାମାନ ତିଆରି କରିଛନ୍ତି । ଗତ ମାସରେ ସରକାର ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରିଥିଲେ ।

ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଟଙ୍କା ନିଜ ଅର୍ନ୍ତନୀହିତ କଳାକୌଶଳକୁ ଲୋକଙ୍କ ସମ୍ମୁଖକୁ ଆଣିଥିଲେ । ସାଧାରଣ ଲୋକେ ମେଳା ବୁଲିବା ସହ ଗୋଷ୍ଠୀର ମହିଳାମାନେ ଭଲ ରୋଜଗାର ମଧ୍ୟ କରିଥିଲେ ।