Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁଙ୍କ ନା ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ହିରୋଇନ୍ ସୋନାଲିଙ୍କ ସ୍ବାମୀ

ଯାତ୍ରା ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁଙ୍କ ନା ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ହିରୋଇନ୍ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର । ସୋନାଲିଙ୍କୁ ଜୋର୍ ଜବରଦସ୍ତ ରଖା ଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀ ଆଉ ପୁଅକୁ ଭେଟିବା ପାଇଁ ଦେଉ ନାହାନ୍ତି ଏବଂ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ତୁଳସୀ ମାଲିକ ବୋଲି କହିଛନ୍ତି ଶ୍ରୀକ୍ଷେତ୍ର।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସୋନାଲିଙ୍କ ପ୍ରକୃତ ନାଁ କାଗଜି। କେବଳ ମୋ ସ୍ତ୍ରୀ ନୁହେଁ ଅନେକ କଳାକାରଙ୍କୁ ବ୍ଲାକମେଲ କରୁଛନ୍ତି। ମୁଁ ତୁଳସୀରେ ମ୍ୟାନେଜର ଥିବା ବେଳେ ପତ୍ନୀ ତୁଳସୀରେ ଏଣ୍ଟ୍ରି କରିଥିଲା। କିଛି ବର୍ଷ ପରେ ପତ୍ନୀଙ୍କୁ ଲୋଭ ଦେଖାଇ ଯାତ୍ରା ମାଲିକ ନାଣ୍ଡୁ ବାବୁ ମୋଠାରୁ ତାକୁ ଛଡେଇ ନେଲେ। ଏପରିକି ଜୀବନରେ ମାରି ଦେବାକୁ ଧମକ ଦେଲେ। ଜୀବନ ଭୟରେ ରାତାରାତି ଲୁଚିକି ପଳେଇ ଆସିଲି। ଗୋଟେ ପୁଅ ଠାରୁ ଗୋଟେ ମାଆକୁ ଛଡେଇ ନେଇଛନ୍ତି ମାଲିକ। ପୁଅ, ସ୍ୱାମୀ ଓ ପରିବାର ସୁରକ୍ଷା କାରଣରୁ ସୋନାଲି ମୁହଁ ଖୋଲୁନାହାନ୍ତି। ସୋନାଲିଙ୍କୁ ନେଇ ନାଣ୍ଡୁ ବାବୁଙ୍କ ଘରେ ବିବାଦ ସୃଷ୍ଟି ହୋଇଛି। ୧୦ ବର୍ଷ ହେଲା ଭୟରେ ଥିଲି। ଏଥର ଆଇନର ଆଶ୍ରୟ ନେବି। ଏବେ ବି ମୋ ସ୍ତ୍ରୀକୁ ମୁଁ ଆପଣେଇ ନେବି। ମୋ ପୁଅ ମୁହଁକୁ ଚାହିଁ ସବୁ କିଛି ଭୁଲିଯିବି ବୋଲି ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ଫୋନରେ କହିଛନ୍ତି ।

ସେପଟେ ସୋନାଲି ନିଜ ସ୍ଵାମୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। କହିଛନ୍ତି, ଏହି ଘଟଣାରେ କୌଣସି ସତ୍ୟାସତ୍ୟ ନାହିଁ। ତୁଳସୀ ଗଣନାଟ୍ୟ ମାଲିକ ମତେ ଝିଅ କରିଛନ୍ତି। ମୋର ଅସୁବିଧା ସମୟରେ ମତେ ସାହାଯ୍ୟ କରିଛନ୍ତି। ମୋ ସ୍ବାମୀ ବହୁ ଝିଅ ମାନଙ୍କ ସହ କଥା ହୁଅନ୍ତି। ଏମିତିକି ସେ ଆଉ ଏକ ବିବାହ ମଧ୍ୟ କରିଛନ୍ତି। ମୁଁ କୌଣସି ମାନସିକ ନିର୍ଯ୍ୟାତନାର ଶିକାର ହୋଇନି। ମୋ ଇଚ୍ଛାରେ ତୁଳସୀ ଗଣନାଟ୍ୟରେ ରହିଛି। ସ୍ବାମୀଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ। ସେ ଏତେ ବର୍ଷ ହେଲାଣି କେଉଁଠି ଥିଲେ ବୋଲି ସୋନାଲି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ତୁଳସୀ ଗଣନାଟ୍ୟରେ କାମ କରୁ ନଥିଲେ। ସେ ଅନ୍ୟ ଏକ ଝିଅକୁ ବିବାହ କରିଛନ୍ତି। ତାଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ