Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପତ୍ର ତୋଳାଳୀ କର୍ମଚାରୀ ମାରଣ ନୀତି ବିରୋଧରେ ବିକ୍ଷୋଭ

ସମ୍ବଲପୁର:ଆଜି କୁଚିଣ୍ଡା କେନ୍ଦୁପତ୍ର ଡିଏଫଓ ଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ କୁଚିଣ୍ଡା ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବଜେଟ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା କାଟି ଦେବା, ସରକାରୀ ଘୋଷଣା ସତ୍ତ୍ୱେ କନ୍ୟା ବିବାହ ସହାୟତା ପ୍ରଦାନରେ ବିଳମ୍ୱ ଓ ଅବହେଳା କରୁଥିବା, ସର୍ବନିମ୍ନ ମଜୁରୀ ବୃଦ୍ଧି ଗତ ଜୁଲାଇ ମାସରୁ ହୋଇଥିଲେ ମଧ୍ୟ ଦୀର୍ଘ ୯ ମାସ ଅତିବାହିତ ହୋଇଯାଇଥିଲେ ବି ଶିଜିନାଲ କର୍ମଚାରୀ ମାନଙ୍କର ମାସିକ ମଜୁରୀ ବୃଦ୍ଧି ହୋଇ ନ ଥିବା ଏବଂ ବନ୍ଧେଇ ଶ୍ରମିକ ମାନଙ୍କର ପିସ୍ ରେଟ୍ ବୃଦ୍ଧି ହୋଇନଥିବା ଏବଂ ବିଶେଷ ଭାବରେ ସଂଘର ବହୁ ଦିନର (କେ ଏଲ ଡି ବି) ଗଠନ ଦାବୀ ସରକାର ପୁନର୍ଗଠନ କରିଥିଲେ ମଧ୍ୟ ତୃଟି ପୂର୍ଣ୍ଣ ଭାବରେ ଏହା ଗଠନ କରାଯାଇ ଥିବାରୁ ଏସବୁର ପ୍ରତିବାଦରେ ଏବଂ ଅନ୍ୟାନ୍ୟ ସାମାଜିକ ନିରାପତ୍ତା ମୂଳକ ଆର୍ଥିକ ସହାୟତା ପ୍ରଦାନରେ ବିଳମ୍ୱ ଏବଂ ଉଲ୍ଲେଖନୀୟ ବିଷୟ ଯେ କେନ୍ଦୁପତ୍ର ତୋଳାଳୀ ମାନଙ୍କର ନିର୍ବାଚନ ଇସ୍ତାହାରରେ କେରି ପ୍ରତି ଦର ବୃଦ୍ଧି କରିବା ଘୋଷଣା ହୋଇଥିବା ସୁଦ୍ଧା କେନ୍ଦୁପତ୍ର ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ କେରି ପ୍ରତି ଦର ବୃଦ୍ଧି ହୋଇ ନଥିବା ଯୋଗୁଁ ଗଭୀର ଅସନ୍ତୋଷ ପ୍ରକାଶ କରାଯାଇ ଶୀଘ୍ର ଦରବୃଦ୍ଧି ଘୋଷଣା କରିବାକୁ ଦାବୀ କରାଯାଇଥିଲା । ଏହା ସହିତ କେନ୍ଦୁପତ୍ର ସଂସ୍ଥାରୁ ସଂଗ୍ରହ କରାଯାଉଥିବା ୧୮ % ଜି ଏସ ଟି କୁ ବାତିଲ କରିବା ଏବଂ ଏହି ବାବଦରେ ଅସୁଲ ଅର୍ଥ କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଫେରସ୍ତ କରି ସାମାଜିକ ଯୋଜନା ମାଧ୍ୟମରେ ତୋଳାଳୀ ଓ କର୍ମଚାରୀ ଙ୍କୁ ପ୍ରଦାନ କରିବା ପାଇଁ ଦାବୀ ଉପସ୍ଥାପନ କରାଯାଇଥିଲା।
ଆଜିର ଏହି ଧାରଣା ଓ ଘେରାଉ କାର୍ଯ୍ୟ କ୍ରମରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ଉଦବୋଧନ ଦେଇ ଉପରୋକ୍ତ ବିଷୟରେ ସରକାରଙ୍କର ଅବହେଳାର ତୀବ୍ର ସମାଲୋଚନା କରି ଉପରୋକ୍ତ ଦାବୀ ଗୁଡ଼ିକ ଶୀଘ୍ର ପୂରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଅବହେଳା ହେଲେ ତୋଳାଳୀ ଏବଂ ଶ୍ରମିକ ମାନଙ୍କର ଅସନ୍ତୋଷ ଅଭିବୃଦ୍ଧି ହେବ ବୋଲି ସେ ସତର୍କ କରାଇଥିଲେ ।
ଏହାପରେ ଡି ଏଫ୍ ଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବୀ ପତ୍ରର ପ୍ରତିଲିପି ଜଙ୍ଗଲ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପି.ସି.ସି.ଏଫ୍ ଙ୍କୁ ଦିଆଯାଇଛି । ଏଥିରେ ହଜାର ହଜାର ତୋଳାଳୀ ଓ ଶ୍ରମିକ ମାନେ ଦସଖସ୍ତ କରିଛନ୍ତି ।
ଶେଷରେ କୁହାଯାଇଛି ଯେ, କନ୍ୟା ବିବାହ ସହାୟତା ଦେବାରେ ଯଦି ଅବହେଳା କରାଯାଏ ତାହେଲେ ସାରା ରାଜ୍ୟରେ ଡି ଏଫ୍ ଓ କାର୍ଯ୍ୟାଳୟରେ ଘେରାଉ କରାଯିବ ।
ଏହି ଧାରଣା ଓ ଘେରାଉ କାର୍ଯ୍ୟକ୍ରମରେ ସଂଘର ରାଜ୍ୟର ସାଂଗଠାନିକ ସମ୍ପାଦକ ଶ୍ରୀ ସଂଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜ।, ରାଜ୍ୟ ସମ୍ପାଦିକା ପଦ୍ମାବତୀ କିସାନ୍, ଡିଭିଜନ ସମ୍ପାଦକ କୀର୍ତ୍ତନ ସେନାପତି, ମିଡିଆ ସଂଯୋଜକ ଦେବ୍ ଜ୍ୟୋତି ପଟ୍ଟନାୟକ,ଶ୍ରୀ ସୁମିତ୍ ପଟେଲ, ମିଲନ ପଳେଇ, ପୁଷ୍ପକେତୁ ଦେଓ, ଟିକନ୍ ଶର୍ମା, ସୁବାଷ ନାୟକ, ବୃନ୍ଦାବନ ମାଝି, ମନୋରଞ୍ଜନ ଭୋଇ, ମହେନ୍ଦ୍ର ବେହେରା, ରମେଶ ରାଉତ, ବିରଞ୍ଚି ନାୟକ, କୈଳାଶ ଟୋଡିଆ, ଶ୍ରୀକର କଣ୍ଟା , ଭିକାରୀ ନାୟକ, ଫିଲ୍ମ ଲୁଗୁନ୍, ସୌଦାମିନୀ ପଟେଲ , ପଦ୍ମ। ବାଘ୍, ଶୈଳସ୍ରୀ ଗନ୍ଧା, ବୁଲବଲି କିସାନ, ଜନକ କିସାନ୍,କୁନ୍ତଳା କିଶାନ, ଅମିତା ନାୟକ,ପଲ୍ଲବୀ ପଟେଲ, ଚିତ୍ରସେନ ନାୟକ ଏବଂ ତୋଳାଳୀ ପ୍ରତିନିଧି ପ୍ରମୁଖ ଧାରଣାରେ ବକ୍ତବ୍ୟ ରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ