Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାପ କାମୁଡାର ଚିକିତ୍ସା ପାଇଁ ତିଆରି ହେଲା କ୍ୟାପସୁଲ

ଭାରତରେ ପ୍ରତିବର୍ଷ ବିଷାକ୍ତ ସାପ କାମୁଡିବାରେ ୧ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଏଥିରେ ଅଧିକାଂଶ ମୃତ୍ୟୁ ସମୟରେ ଚିକିତ୍ସା ନମିଳିବା ପାରିବା କାରଣରୁ ହୋଇଥାଏ। କିନ୍ତୁ କେନିଆରେ ଏକ ରିସର୍ଚ୍ଚ ଏବେ ଏହାର ଚିକିତ୍ସାକୁ ସହଜ କରିଦେଇଛି। ରିସର୍ଚ୍ଚରଙ୍କ କହିବା ଅନୁସାରେ, ଏବେ ଘରେ ହିଁ ଲୋକ ସହଜରେ ସାପ ବିଷକୁ ନିଜ ଶରୀରରୁ ବାହାର କରିପାରିବେ।

ସାପ କାମୁଡିଲେ ଏପର୍ଯ୍ୟନ୍ତ ଭାରତରେ ଆଣ୍ଟିଭେନମ୍ର ବ୍ୟବହାର ହୋଇଥାଏ। ଏହାକୁ ଇଞ୍ଜେକସନ୍ ରୂପରେ ଦିଆଯାଏ। ଇ-ବାୟୋମେଡିସିନ୍ରେ ପ୍ରକାଶିତ ରିପୋର୍ଟରେ ରିସର୍ଚ୍ଚର ଦାବି କରିଛନ୍ତି, ୟୁନିଥିଓଲ ନାମକ ଔଷଧରେ ଚାପ ବିଷକୁ ନଷ୍ଟ କରିହେବ। ଏପର୍ଯ୍ୟନ୍ତ ଏହାର ବ୍ୟବହାର ଧାତୁ ବିଷାକ୍ତତା ବା ମେଟାଲ ପଏଜନିଂ ଉପଚାର ପାଇଁ ବ୍ୟବହାର ହୁଏ। ରିସର୍ଚ୍ଚରଙ୍କ ମତରେ ସାପ ବିଷରେ ମେଟାଲୋପ୍ରୋଟିନେଜ୍ ଏନଞ୍ଜାଇମ୍ ମିଳିଥାଏ। ଯାହାକି କୋଷିକାକୁ କ୍ଷତି ପହଞ୍ଚାଏ। ଏଥିପାଇଁ ଏହାକୁ ଜିଙ୍କ୍ ଆବଶ୍ୟକ, ଯାହାକୁ ସେ ଶରୀରରୁ ନେଇଥାଏ।

ୟୁନିଥିଓଲ୍ ଜିଙ୍କକୁ ବ୍ୟାପିବାକୁ ରୋକିଥାଏ, ଯାହା ଫଳରେ ବିଷକୁ ବ୍ୟାପିବାକୁ ରୋକିଥାଏ। ଗବେଷକମାନେ କହିଛନ୍ତି ଯେ ଏହି ଔଷଧକୁ ପାଣି ସହିତ ମଧ୍ୟ ସେବନ କରାଯାଇପାରିବ। ଏହା ସହିତ, ଏହାକୁ ସଂରକ୍ଷଣ କରିବା ପାଇଁ ସାଧାରଣ ତାପମାତ୍ରା ଆବଶ୍ୟକ। ଏହାର ଅର୍ଥ ହେଉଛି ଏହା କ୍ୟାପସୁଲ ଆକାରରେ ଆସିପାରିବ। ଏପର୍ଯ୍ୟନ୍ତ, ସାପ ବିଷକୁ ଦୂର କରିବା ପାଇଁ ଯେତେ ଔଷଧ ତିଆରି ହୋଇଛି, ସେଗୁଡ଼ିକୁ ସଂରକ୍ଷଣ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ଆବଶ୍ୟକ। ଯାହା ଦୂରଦୂରାନ୍ତ ଗାଁରେ ସମ୍ଭବ ନୁହେଁ। ଏହି କାରଣରୁ ଗାଁଗୁଡ଼ିକରେ ସାପ କାମୁଡ଼ା ଯୋଗୁଁ ଅଧିକ ଲୋକ ମୃତ୍ୟୁବରଣ କରନ୍ତି।