Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହନୁମାନ ଚାଳିଶା ପାଠ କଲେ ହେବ ନାହିଁ ଏହି ସବୁ ରୋଗ

ହନୁମାନ ଚାଳିସାର ମହିମା ଅପାର। ଏହାକୁ ପଡ଼ିଲେ କିମ୍ବା ଜପ କଲେ ବ୍ୟକ୍ତିଙ୍କ ସମସ୍ତ କଷ୍ଟ ଦୂର ହୁଏ। କୌଣସି ବ୍ୟକ୍ତି ଯଦି ନିଜ ଘରେ ନିୟମିତ ହନୁମାନ ଚାଳିଶା ପାଠ କରନ୍ତି ତେବେ ତାଙ୍କୁ ତାଙ୍କ ସମସ୍ୟାରୁ ମୁକ୍ତି ମିଳିବ। ଧାର୍ମିକ ମାନ୍ୟତା ପରେ ଏବେ ବିଜ୍ଞାନ ମଧ୍ୟ ଏହାକୁ ମାନିବାକୁ ପ୍ରସ୍ତୁତ।

ହନୁମାନ ଚାଳିସାର ସଂକଳନ: ହନୁମାନ ଚାଳିବା ପାଖାପାଖି ୪୦ଟି ଛନ୍ଦ ଅଛି।

ଯାହା ମଧ୍ୟରୁ ଅଧିକାଂଶ ଅନୁଷ୍ଟୁପ ଛନ୍ଦରେ ଉଲ୍ଲେଖ ହୋଇଛି। ଅର୍ଥାତ୍‌, ଏହା ଲୟପୂର୍ଣ୍ଣ, ପୁନରାବୃତ୍ତିମୂଳକ ଏବଂ ଧ୍ୟାନାତ୍ମକ। ଏହି ପଦଗୁଡ଼ିକ ମସ୍ତିଷ୍କର ଆବୃତ୍ତିକୁ ବିଟା ତରଙ୍ଗରୁ ଆଲଫା ତରଙ୍ଗକୁ ପରିବର୍ତ୍ତନ କରନ୍ତି। ଯାହା ଦ୍ୱାରା ବ୍ୟକ୍ତିର ମନ ଏବଂ ମସ୍ତିଷ୍କ ଶାନ୍ତି ଅନୁଭବ କରେ।

ନିୟମିତ ଜପର ଲାଭ: ଯେତେବେଳେ ଆମେ ନିୟମିତ ଭାବରେ ରାମଦୂତ ଅତୁଲିତ ବଲଧାମ ଭଳି ମନ୍ତ୍ର ଜପ କରୁ, ଏହାର ଶବ୍ଦ କମ୍ପନ ଆମ ଶରୀରରେ କର୍ଟିସୋଲ ଅର୍ଥାତ୍ ଚାପ ହରମୋନକୁ ହ୍ରାସ କରେ ଏବଂ ସେରୋଟୋନିନ୍ – ଡୋପାମାଇନ୍ ବୃଦ୍ଧି କରେ।

ଏହା ଯୋଗୁଁ, ଆମ ଶରୀରର ଶାନ୍ତି ରକ୍ଷାକାରୀ ପ୍ରଣାଳୀ, ପାରାସିମ୍ପାଥେଟିକ୍ ପ୍ରଣାଳୀ, ସକ୍ରିୟ ହୁଏ। ଜର୍ଣ୍ଣାଲ ଅଫ୍ ଅଲଟରନେଟିଭ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ମନ୍ତ୍ର ଜପ କରିବା ଦ୍ୱାରା ଚାପ ହ୍ରାସ ପାଏ ଏବଂ ସକାରାତ୍ମକ ଶକ୍ତିର ସ୍ତର ବୃଦ୍ଧି ପାଏ।

ହୁଏନି ହୃଦଘାତ ଏବଂ ଅନ୍ୟ ରୋଗ: ଆଇସିଏମ୍‌ଆର ଏବଂ ଏମ୍ସ ଗବେଷଣା ଅନୁଯାୟୀ ପ୍ରତିଦିନ ୧୦ ମିନିଟ୍ ହନୁମାନ ଚାଳିଶା ପାଠ କରିବା ଦ୍ୱାର ହୃଦଘାତ ସମସ୍ୟା ହ୍ରାସ ପାଏ। ରକ୍ତ ଚାପ ନିୟନ୍ତ୍ରଣ ହେବା ଏବଂ ନିଦ ଭଲ ହେବାରେ ସାହାର୍ଯ୍ୟ ମିଳିଥାଏ। ଏହା ପୋଷ୍ଟ ଟ୍ରମାଟିକ୍ ଚାପ, ଚିନ୍ତାରୁ ମୁକ୍ତି ଦିଏ।

ଜର୍ଣ୍ଣାଲ ଅଫ୍ ଇଭୋଲୁସନ୍ ଅଫ୍ ମେଡିକାଲ୍ ଆଣ୍ଡ୍ ଡେଣ୍ଟାଲ୍ ସାଇନ୍ସରେ ପ୍ରକାଶିତ ମୀରା ଗୋୟଲ ଏବଂ ତାଙ୍କ ସହକର୍ମୀଙ୍କ ଏକ ଗବେଷଣା ଅନୁଯାୟୀ, ୧୮ ରୁ ୨୨ ବର୍ଷ ବୟସର ୨୦ ଜଣ ଏମବିବିଏସ୍ ଛାତ୍ରୀଙ୍କୁ ୧୦ ମିନିଟ୍ ପାଇଁ ହନୁମାନ ଚାଳିଶା ସଙ୍ଗୀତ ଶୁଣିବାକୁ ଦିଆଯାଇଥିଲା ଏବଂ ସେମାନଙ୍କ ରକ୍ତଚାପ ହ୍ରାସ ପାଇଥିଲା।

ଏକ ପୌରାଣିକ ବିଶ୍ୱାସ ଅଛି ଯେ ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଜୀବନରେ କୌଣସି ଅସୁବିଧା ହୁଏ ନାହିଁ। ଅନାବଶ୍ୟକ କଷ୍ଟ, ରୋଗ ଏବଂ ସମସ୍ୟା ବ୍ୟତୀତ, ଜଣେ ବ୍ୟକ୍ତି ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତିରୁ ରକ୍ଷା ପାଆନ୍ତି।

କଳିଯୁଗରେ, ହନୁମାନଙ୍କୁ ଅମର ଦେବତା ଭାବରେ ବିବେଚନା କରାଯାଏ। କେବଳ ତାଙ୍କ କୃପା ଦ୍ୱାରା ହିଁ ଜଣେ ବ୍ୟକ୍ତି ରାମଙ୍କ ଆଶୀର୍ବାଦ ପାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ