Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ମାସରେ ବିଜେପି ସଂଗଠନ ଓ ସରକାରରେ ବଡ ପରିବର୍ତ୍ତନ

ଭୁବନେଶ୍ୱର : ଚଳିତ ମାସ ଚତୁର୍ଥ ସପ୍ତାହରୁ ଆସନ୍ତା ମାସ ମଧ୍ୟରେ ବିଜେପି ସଂଗଠନ ଓ ବିଜେପି ସରକାରରେ ଦେଖାଦେବ ବଡ଼ ପରିବର୍ତ୍ତନ। ଯାହାକି ବିଜେପିର ଅସଲ ତେଲରେ ଡବଲ ଇଂଜିନ ଗଡିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି।
ପ୍ରଥମେ ରାଜ୍ୟ ବିଜେପି ର ସଭାପତି ନିଯୁକ୍ତି ହେବ। ପରେ ପରେ ବିଭିନ୍ନ ନିଗମ, ବୋର୍ଡ ଓ ଏକାଡେମୀ ପଦ ପୂରଣ ହୋଇ ସରକାରଙ୍କ ପୂର୍ଣ୍ଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ଆବଶ୍ୟକତା ସମୟ ଠାରୁ ଅନେକ ବିଳମ୍ବିତ ହୋଇଥିବାରୁ ସରକାରଙ୍କୁ ସମାଲୋଚନା ଶୁଣିବାକୁ ମିଳୁଛି। ରାଜ୍ୟ ବିଜେପି ନେତୃତ୍ୱ ଏ ନେଇ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେବି ଏଯାବତ୍ ଠୋସ ନିଷ୍ପତ୍ତିରେ ପହଞ୍ଚି ପାରିନି।
ଭୁବନେଶ୍ୱରରୁ ଆରମ୍ଭ କରି ଦିଲ୍ଲୀଯାଏଁ ଦଳୀୟ ନେତାଏ ଅଙ୍କ କଷା ଜାରି ରଖୁଥ‌ିବା ବେଳେ ଏଯାଏଁ ସମାଧାନର ସୂତ୍ର ବାହାରି ପାରି ନାହିଁ I ତେବେ ମିଳିଥିବା ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ସଭାପତି ଚୟନ ଏବଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କିଛି
ଠୋସ୍ ଠୋସ୍ ନିଷ୍ପରି ନିଆଯିବ । ବିଜେପିର ଦଳ ଦଳୀୟ ରାଜନୀତି ଦୃଷ୍ଟିକୋଣରୁ ଚଳିତ ମାସ ବେଶ୍ ଗୁରୁତ୍ଵପୂର୍ଣ ହୋଇଥିବା ବେଳେ ଏହାକୁ ବିଜେପି କର୍ମୀ ଏନେଇ ବେଶ୍ ଆଶା ଓ ଆଶଙ୍କାରେ ରହିଛନ୍ତି I ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଭାପତିଙ୍କ ନାମ ଘୋଷଣାର ୧୫ ଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ।
ରାଜ୍ୟ ମନ୍ତ୍ରିମଣ୍ଡଳରୁ ୩-୪ ଜଣ ମନ୍ତ୍ରୀଙ୍କୁ ବାଦ ଦିଆଯାଇପାରେ ଓ ୯ ଜଣ ନୂଆ ମୁହଁ ମନ୍ତ୍ରୀ ପରିଷଦରେ ସାମିଲ ହୋଇପାରନ୍ତି ବୋଲି ଆଶା କରାଯାଉଛି।ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଞ୍ଜାମ,
ମୟୂରଭଞ୍ଜରୁ ଜଣେ ଜଣେ ମନ୍ତ୍ରୀ ହୋଇ ପାରନ୍ତି ଓ ଏମାନଙ୍କ ମଧ୍ୟରେ ଜଣେ ମହିଳାଙ୍କୁ ସ୍ଥାନ ମିଳିପାରେ ବୋଲି ବିଜେପି ମହଲରେ ବିଚାର କରାଯାଉଛି। ସେହିପରି ୩-୪ ଜଣ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହୋଇପାରେ ଓ ୨ ଜଣ ମନ୍ତ୍ରୀଙ୍କ ହାତ ରୁ ୪ଟି ବିଭାଗ କାଢ଼ି ନିଆଯାଇ ନୂଆ ମନ୍ତ୍ରୀଙ୍କ ଉପରେ ନ୍ୟସ୍ତ କରାଯାଇପାରେ।
ନୂଆ ମନ୍ତ୍ରିମଣ୍ଡଳ, ବୋର୍ଡ, ନିଗମ ଏବଂ ଏକାଡେମୀ ପଦରେ ଥଇଥାନ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ଡବଲ ଇଂଜିନ ସରକାର ଖୁବ ଗତିଶୀଳ ଭାବେ କାର୍ଯ୍ୟ କରିବ ବୋଲି ବିଜେପି ଏଜେଣ୍ଡାରେ ସ୍ଥାନ ଦିଆଯାଉଛି। ଥଇଥାନ ଅପେକ୍ଷା ଦକ୍ଷତାକୁ ବିଜେପି ଗୁରୁତ୍ୱ ଦେଉଥିବାରୁ ଏକ ସ୍ପଷ୍ଟ, ନିର୍ମଳ ଓ ଗତିଶୀଳ ଟିମ ଗଠନ ନେଇ ବିଜେପି ଶୀର୍ଷ ନେତା ଚିନ୍ତା କରୁଛନ୍ତି ।
ଗତ ଜାନୁଆରୀ ମାସରୁ ସଭାପତି ଚୟନ ନେଇ ତାରିଖ ପରେ ତାରିଖ ବଦଳି ଚାଲିଛି। ମାତ୍ର ଏଯାଏଁ କୌଣସି ଠୋସ୍ ନିଷ୍ପରି ନିଆଯାଇ ପାରୁନାହିଁ। ସେହିପରି ମୋହନ ସରକାରକୁ ୧୦ ମାସ ପୂରିଥିଲେ ହେଁ ପୂର୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ସାହସ ଜୁଟାଇ ପାରୁନାହାନ୍ତି I
ଦଳ ମଧ୍ୟରେ ଅନ୍ତଃବନ୍ଦଳ ଏବଂ ଛକାପଞ୍ଝା ଲାଗି ରହିଥିବାରୁ ଉଭୟ ସରକାର ଏବଂ ସଂଗଠନକୁ ଆଧାର କରି ଦିଲ୍ଲୀ ଠାରୁ ଭୁବନେଶ୍ୱର ଯାଏଁ ଘନଘନ ବୈଠକ ବସୁଛି। ପୂର୍ବ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଯାଇ ଶୀର୍ଷ ନେତୃତ୍ବଙ୍କ ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବାବଦରେ ଆଲୋଚନା କରିଥିଲେ। ସେହିପରି ଗତ ୧୨ ତାରିଖରେ ବିଜେପିର ପ୍ରଶିକ୍ଷଣ ଶିବିରରେ ଗୋଷ୍ଠୀକନ୍ଦଳକୁ ନେଇ ଜାତୀୟ ସଭାପତି ଦଳୀୟ ନେତାଙ୍କୁ ବେଶ୍ କିଛି ଶୁଣାଇବା ବେଳେ ସରକାର ଏବଂ ସାଂଗଠନିକ ବିସ୍ତାର ନେଇ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରି ଫେରିଛନ୍ତି।
ତେବେ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସଭାପତି ନିର୍ବାଚନ ସରିବା ପରେ ସମ୍ବଲପୁର ଜିଲ୍ଲା ସଭାପତି ନିଯୁକ୍ତ କରାଯିବ। ରାଜ୍ୟ ସଭାପତି ହିଁ ସମ୍ବଲପୁର ଜିଲ୍ଲା ସଭାପତି ମନୋନୀତ କରି ନିଜ ସଂଗଠନକୁ ଆଗକୁ ବଢ଼ାଇବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ