Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ସଭାପତି ପାଇଁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନବମ ଥର ଲାଗି ବିଜେଡି ସଭାପତି ପାଇଁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଅବସରରେ ଶଙ୍ଖ ଭବନରେ ନାମାଙ୍କନ ଭରିଲେ ନବୀନ। ଏକମାତ୍ର ପ୍ରାଥି ଭାବେ ନବୀନ ଭରିଲେ ନାମାଙ୍କନ। ବିଜେଡିର ଅନେକ ଆଗ ଧାଡ଼ିର ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ନବୀନ।

୧୯ ତାରିଖରେ ବିଜେଡି ଘୋଷଣା କରିବ ସଭାପତି ଙ୍କ ନାମ। ଦିନକ ତଳେ ବିଜେଡି ୧୮ ଟି ସାଂଗଠନିକ ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା କରିଥିବା ବେଳେ ୧୫ ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା କରି ପାରିନି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ