Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅକ୍ଷୟ ତୃତୀୟରେ ଲାଭବାନ ହେବେ ଏହି ସମସ୍ତ ରାଶିର ବ୍ୟକ୍ତି

ଚଳିତ ବର୍ଷ ଅକ୍ଷୟ ତୃତୀୟା ପର୍ବ ଏପ୍ରିଲ ୩୦ରେ ପାଳନ କରାଯିବ । ଜ୍ୟୋତିଷ ଗଣନା ଅନୁସାରେ ଅକ୍ଷୟ ତୃତୀୟାରେ ଚଳିତ ବର୍ଷ ୮୨ ବର୍ଷ ପରେ ଅତ୍ୟନ୍ତ ଶୁଭ ସଂଯୋଗ ହେବାକୁ ଯାଉଛି । ଏହି ଦିନ ସର୍ବାର୍ଥ ସିଦ୍ଧି ଯୋଗ,ଶୋଭନ ଯୋଗ ଓ ରବି ଯୋଗ ହେବାକୁ ଯାଉଛି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ରହିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ ।

ବୃଷ- ଆର୍ଥିକ ଓ ପାରିବାରିକ କ୍ଷେତ୍ରରେ ବିଶେଷ ଲାଭ ମିଳିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

କର୍କଟ- ନୂଆ ଚାକିରି ମିଳିବାର ଯୋଗ ରହିଛି । ହଠାତ୍‌ ଅଟକି ଥିବା ଧନ ପ୍ରାପ୍ତି ହେବ । ସୁନା-ରୁପା କିଣିବେ ।

ତୁଳା- ଆୟର ନୂଆ ନୂଆ ସ୍ରୋତ ସାମ୍ନାକୁ ଆସିବ । ନୂଆ ଘର ଓ ଗାଡି କିଣିବାର ଯୋଗ ରହିଛି । ଧନ ପ୍ରାପ୍ତି ହେବ ।
ମକର- ନୂଆ ବ୍ୟବସାୟ ଆରମ୍ଭ କରିବେ । ଅଟକି ଥିବା କାମରେ ସଫଳତା ମିଳିବ । ଚାକିରିରେ ସଫଳତା ମିଳିବ । ହଠାତ୍‌ ଧନ ମିଳିବ ।

କୁମ୍ଭ- ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । ବ୍ୟବସାୟୀ ଲାଭବାନ୍‌ ହେବେ । ଘରେ ହସଖୁସିର ବାତାବରଣ ରହିବ । ଅଧିକ ଲାଭ ପାଇବା ପାଇଁ ଅକ୍ଷୟ ତୃତୀୟା ଦିନ ଘରର ମୁଖ୍ୟ ଦ୍ୱାରରେ ଆମ୍ବପତ୍ରର ତୋରଣ ଟାଙ୍ଗି ଦିଅନ୍ତୁ । ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରନ୍ତୁ ।