Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୧ ଘଣ୍ଟାରେ କେତେ ବିଜୁଳି ଖାଏ ୧.୫ ଟନ AC, ମାସିକ ଆସିବ ଏତିକି ବିଲ୍‌, ଜାଣନ୍ତୁ

ଖରା ଦିନ ଆସିବା ମାତ୍ରେ, ଲୋକେ କୁଲର ଏବଂ ଏସି ଚଳାଇବା ଆରମ୍ଭ କରିଦିଅନ୍ତି । ଯେତେ ଗରମ ହୁଏ, ସେତେ ଏସିର ଦର ବଢିଯାଏ । ତେବେ ଏହି ଶୀତଳ ପବନ ଦେଉଥିବା ଏସି ମାସିକ କେତେ ବିଜୁଳି ଟାଣେ ଆସନ୍ତୁ ଜାଣିବା ।

୧ ଘଣ୍ଟା ଚାଲିଲେ କେତେ ବିଲ୍‌: ବଜାଜ ଫିନସର୍ଭର ଅଫିସିଆଲ ସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ୧.୫ ଟନ ୫ ଷ୍ଟାର ଏସି ଯଦି ଏକ ଘଣ୍ଟା ଚାଲୁଛି ତେବେ ୧.୫ ୟୁନିଟ ଖର୍ଚ୍ଚ କରିଥାଏ, ଏହି ହିସାବରେ ଯଦି ଗୋଟିଏ ଦିନରେ ଆପଣ ୮ ଘଣ୍ଟା ଏସି ଚଲାଉଛନ୍ତି, ତେବେ ୧୨ ୟୁନିଟ ଗୋଟିଏ ଦିନରେ ଖର୍ଚ୍ଚ ହେବ ।

ଗୋଟିଏ ଦିନରେ ୧୨ ୟୁନିଟ ହିସାବରେ ଯଦି ଆପଣ ୩୦ ଦିନ ଚଲାନ୍ତି, ତେବେ ୩୦ ଦିନରେ ୩୬୦ ୟୁନିଟ ବିଜୁଳି ଖର୍ଚ୍ଚ ହେବ ।

ମନେକର ଯଦି ଆପଣଙ୍କ ଅଞ୍ଚଳରେ ପ୍ରତି ୟୁନିଟ ପିଛା ୭ ଟଙ୍କା, ତେବେ ୩୦ ଦିନରେ ଏସି ଚାଲିବାରେ ୨୫୨୦ ଟଙ୍କାର ବିଲ୍ ଆସିବ । ଘରେ ବାକି ଇଲେକ୍ଟ୍ରୋନିକ୍ସ ଅପ୍ଲାୟସେଜ ବ୍ୟବହାରରେ ବିଜୁଳି ବିଲ୍ ବଢିପାରେ, ବିଜୁଳି ବିଲ୍ କେତେ ହେବ ଏହା ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରିଥାଏ ।