Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଆବାହାଲ:ଆଜିଠୁ ଖୋଲିଲା ଜନ ଔଷଧି ଔଷଧାଳୟ

ସମ୍ବଲପୁର, ତା.୧୮।୦୪ : ଯୁଯୁମୁରା ବ୍ଲକ ବାହାମ୍ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଡିଆବାହାଲ ବଜାରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ଅନ୍ତର୍ଗତ ଏକ ଜନ ଔଷଧି ଔଷଧାଳୟ ଆଜି ଲୋକାର୍ପିତ ହୋଇଛି। ଏହାଦ୍ବାରା ପଡିଆବାହାଲ ଓ ଆଖ ପାଖ ଅଞ୍ଚଳର ଜନସାଧାରଣ ଅନେକ ସୁବିଧା ପାଇ ପାରିବେ। ସାଧାରଣ ଔଷଧ ଦୋକାନରେ ଯେଉଁ ଔଷଧର ଦାମ୍ ଯେତେ ତାହା ଠାରୁ ଏହି ଔଷଧ ଦୋକାନରେ ସେହି ଔଷଧର ଦାମ୍ ପ୍ରାୟ ୫୦ ଶତକଡା ରୁ ୯୦ ଶତକଡା ପର୍ଯ୍ୟନ୍ତ ରିହାତି ପାଇ ପାରିବେ। ଯଦ୍ୱାରା ଲୋକଙ୍କର ଅନେକ ଲାଭ ମଧ୍ୟ ହୋଇ ପାରିବ।ମଳୟ କୁମାର ନାୟକଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଆଜି ଏହି ଔଷଧାଳୟରେ ଗ୍ରାହାକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପଙ୍କଜ ମେହେର ଓ ରୁପାଲୀ ମେହେର ଏହି ଜନ ଔଷଧି ଔଷଧାଲୟର ପରିଚଳନା କରୁଛନ୍ତି।