Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଭ ଜୈନ କିଏ? ଯାହାଙ୍କ ହାତ ଧରିଲେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା

ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଝିଅ ହର୍ଷିତା କେଜ୍‌ରିଓ୍ବାଲ ନିଜ ଆଇଆଇଟି ବ୍ୟାଚମେଟ୍‌ ସମ୍ବଭ ଜେନାଙ୍କୁ ବିବାହ କରିଛନ୍ତି। ଦିଲ୍ଲୀର କପୁରଥଲା ହାଉସରେ ଏହି ବିବାହ ହୋଇଥିଲା, ଯେଉଁଠାରେ ଦୁଇ ପରିବାର ବ୍ୟତୀତ କେବଳ ସମ୍ପର୍କୀୟ ଏବଂ ବନ୍ଧୁ ଦେଇଥିଲେ।

ହର୍ଷିତାଙ୍କ ବିବାହରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସମେତ ଅନେକ ମନ୍ତ୍ରୀ ଏବଂ ନେତା ଯୋଗ ଦେଇଥିଲେ। ଏହି ବିବାହ ଏବେ ଚର୍ଚ୍ଚାରେ ଥିବା ବେଳେ କେଜ୍‌ରିଓ୍ବାଲଙ୍କ ଜ୍ୱାଇଁ ସମ୍ଭବ ଜୈନ କଣ କରନ୍ତି ବୋଲି ପ୍ରଶ୍ନ ଆସିଛି।

ତେବେ ସମ୍ଭବ ଏକ ଜିନି କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କନ୍‌ସଲ୍ଟଟାଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ସମ୍ଭବ ଏବଂ ହର୍ଷିତା କିଛି ମାସ ପୂର୍ବରୁ ଏକ ଷ୍ଟାର୍ଟଅପ ଆରମ୍ଭ କରିଥିଲେ। ଦୁହେଁ ପରସ୍ପରକୁ ପୂର୍ବରୁ ଜାଣନ୍ତି ଏବଂ ଏବେ ସେମାନେ ବିବାହ କରିଛନ୍ତି।

୨୯ ବର୍ଷୀୟା ହର୍ଷିତା କେଜରିୱାଲଙ୍କ ବଡ଼ ଝିଅ ଏବଂ ଆଇଆଇଟି ଦିଲ୍ଲୀର ପୂର୍ବତନ ଛାତ୍ର। ତାଙ୍କ ଭାଇ ପୁଲକିତ ମଧ୍ୟ JEE ରେ ସଫଳତା ହାସଲ କରିଛନ୍ତି। ଅରବିନ୍ଦ କେଜରିୱାଲ ନିଜେ ମଧ୍ୟ IIT ଖଡଗପୁରର ଛାତ୍ର ରହିଛନ୍ତି।

ହର୍ଷିତା କେଜ୍‌ରିିୱାଲ ନୋଏଡାର ଦିଲ୍ଲୀ ପବ୍ଲିକ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ ଏବଂ ୨୦୧୪ରେ IIT-JEE ଆଡଭାନ୍ସଡ ପରୀକ୍ଷାରେ ୩,୩୨୨ତମ ସ୍ଥାନ ହାସଲ କରିଥିଲେ। ତା’ପରେ ହର୍ଷିତା IIT ଦିଲ୍ଲୀରୁ କେମିକାଲ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ, ଯେଉଁଠାରେ ସେ ତାଙ୍କ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପାଠପଢ଼ା ସମୟରେ ତାଙ୍କୁ ଅନେକ ନାମୀଦାମୀ କମ୍ପାନୀରୁ ଚାକିରିର ପ୍ରସ୍ତାବ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ