Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନରୁ ଛୁଆ ଚୋରି ଘଟଣା ; କେଦାରକୁ ବାନ୍ଧି ଝେଲମକୁ ଛାଡିଦେଲା କମିଶନରେଟ୍ ପୋଲିସ

ରାଜଧାନୀରେ ଦୃଷ୍ଟିବାଧିତ ମହିଳାଙ୍କ କୋଳରୁ ଛୁଆ ଛଡାଇ ନେବା ଘଟଣାରେ ନୂଆ ମୋଡ଼ । ଦେଢ଼ମାସର ପୁଅକୁ ଚୋରି କରିବା ଏବଂ ପରେ, ମହିଳାଙ୍କ ହାତକୁ ଟେକି ଦେବା, ଏହି ସମ୍ୱେଦନଶୀଳ ଘଟଣାର ଖୋଳତାଡ ପରେ, ସାମ୍ନାକୁ ଆସିଥିଲା ସତ । ଅଭିଯୁକ୍ତ କେଦାରସେନ ପଣ୍ଡାକୁ ସିସିଟିଭିରେ ଛୁଆ ଚୋରି କରିଥିବା ଦେଖିବାକୁ ବି ମିଳିଥିଲା ।

କେଦାରକୁ ଗିରଫ କରିବା ପରେ, ସେ ଛୁଆଟିକୁ ଝେଲମ ପଣ୍ଡାଙ୍କ ପାଇଁ ଚୋରି କରିଥିବା ବି କହିଥିଲା । ହେଲେ, ଏହି ଘଟଣାରେ ଝେଲମକୁ ସାକ୍ଷୀ ବନାଇ, ପୁଲିସ ଛାଡ଼ି ଦେଇଥିଲା । ଝେଲମଙ୍କୁ ପୁଲିସ କ୍ଲିନଚିଟ୍ ଦେଇ ଛାଡ଼ି ଦେବା ଘଟଣାକୁ ଅତି ସାଙ୍ଘାତିକ ବୋଲି କହିଛନ୍ତି ପୁର୍ବତନ ପୁଲିସ ଡିଜି ।

ସଞ୍ଜୀବଙ୍କ କହିବା କଥା ହେଉଛି ଆଇନ ଅନୁସାରେ, ଯିଏ ଶିଶୁକୁ ଚୋରି କରିଥିଲା ଓ ଯାହା ପାଇଁ ଚୋରି କରାଯାଇଥିଲା ଉଭୟ ସମାନ ପରିମାଣରେ ଦୋଷୀ । ଝେଲମ ପଣ୍ଡାଙ୍କ ପାଇଁ ଶିଶୁଟିକୁ ଚୋରି କରାଯାଇଥିବାରୁ ଝେଲମଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହିସାବରେ ବିବେଚନା କରିବା କଥା ।

ଏଠାରେ ପ୍ରଶ୍ନ ଉଠୁଛି-
– ଝେଲମଙ୍କୁ ସାହାଯ୍ୟ କରିବାକୁ ଯାଇ ଫସିଗଲେ କି କେଦାର?
– ଶିଶୁ ଚୋରି ପଛରେ ହୋଇଥିଲା କି ଟଙ୍କା କାରବାର?
– କେଉଁ ସତ ପୁଲିସ ଆଗରେ ଲୁଚେଇବାକୁ ଡରିଲା କେଦାର?
– କେଦାର ପଛରେ ଥିବା କିଏ ସେହି ଗଡଫାଦର୍‌?