ଓଡ଼ିଶା ଡଟ୍ ନ୍ୟୁଜ୍: ଏଥର ଶ୍ରୀମନ୍ଦିର ଚନ୍ଦନ ଯାତ୍ରାରେ ଫୁଟିବନି ବାଣ । କଟକଣା ଜାରି କଲେ ମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ବାହାର ଚନ୍ଦନଯାତ୍ରାରେ ବାଣ ବିସ୍ଫୋରଣ ଘଟଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
ଏହାଛଡ଼ା ଚନ୍ଦନଯାତ୍ରାରେ ସାମିଲ ଭକ୍ତ ଓ ସେବାୟତଙ୍କ ହେଲଥ ଇନସୁରାନ୍ସ କରାଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ନରେନ୍ଦ୍ର ପୁଷ୍କରିଣୀ ବାହାରେ ଦୁଇଟି ଫାଷ୍ଟଏଡ ସେଣ୍ଟର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
ଚଳିତବର୍ଷ ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ଅନୁମୋଦନ କରିଛି । ନୀଳାଦ୍ରି ମହୋଦୟ, ନୃସିଂହ ଜନ୍ମ, ଶ୍ରୀକ୍ଷେତ୍ର ଭଉଁରୀ ତିଥି ପାଇଁ ହୋଇଛି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ।
୨୦୨୪ ମେ’ ୨୯ ତାରିଖରେ ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣରେ ଅନେକଙ୍କର ଜୀବନ ଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ହେବାକୁ ଥିବା ଚନ୍ଦନ ଯାତ୍ରାରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ ।