ଓଡ଼ିଶା ଡଟ୍ ନ୍ୟୁଜ୍: ସରକାରୀ କର୍ମଚାରୀଙ୍କ ନିୟମିତ ବ୍ୟବଧାନରେ ହେବ ବଦଳି । ବଦଳି ପ୍ରକ୍ରିୟାର ସ୍ବଚ୍ଛତା ଓ ନ୍ୟାୟ ବଜାୟ ରଖିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି । ନିୟମ ଅନୁଯାୟୀ ପ୍ରତିବର୍ଷ ୧୫ ଏପ୍ରିଲରୁ ୧୫ ଜୁନ ମଧ୍ୟରେ ଅଦଳବଦଳ କରିବାକୁ କୁହାଯାଇଛି ।
ସ୍କୁଲ ଏବଂ ଗଣଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଭଳି କିଛି ବିଭାଗରେ ବଦଳି ନୀତି ନିୟମ ରହିଛି । ବାକି ବିଭାଗ ବଦଳି ନୀତି ପ୍ରସ୍ତୁତ କରିବା ସହ ନିୟମିତ ବ୍ୟବଧାନରେ ବଦଳି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ କୌଣସି କର୍ମଚାରୀଙ୍କୁ ନରଖି ବଦଳି କରିବାକୁ କୁହାଯାଇଛି । ସେହିପରି ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ନରଖି ବଦଳି କରିବାକୁ ନିର୍ଦ୍ଦେଶ ରହିଛି ।