Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃହତ୍‌ ମାର୍କେଟ ଟର୍ମିନାଲକୁ ନେଇ, ପୁଣିଥରେ ଆଶା ସଂଚାର,ଆଜି ନିଲଡୁଙ୍ଗୁରୀ ପରିଦର୍ଶନ କରିବେ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ

ସମ୍ବଲପୁର:ଯୁଯୁମୁରା ପଞ୍ଚାୟତସମିତି ଅଧୀନସ୍ତ କବରାପାଲି ପଞ୍ଚାୟତର ନିଲଡୁଙ୍ଗୁରୀରେ ବିଜେଡି ସରକାର ଅମଳରେ , ୨୦୧୪ରେ ଘୋଷଣା ହୋଇଥିବା ବୃହତ୍‌ ମାର୍କେଟ ଟର୍ମିନାଲକୁ ନେଇ, ପୁଣିଥରେ ଆଶା ସଂଚାର ହୋଇଛି।
ସକାଳ ପାହିଲେ ଅର୍ଥାତ ଆସନ୍ତା ୨୦ ତାରିଖରେ କୃଷି ଏବଂ କୃଷକ ସଶସ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମ୍ବଲପୁର ଗସ୍ତରେ ଆସିବା ସହ ଏହି ଓ ଅତ୍ୟାଧୁନିକ ମାର୍କେଟ ଟର୍ମିନାଲ ନେଇ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଜିଲା ପ୍ରଶାସନ – ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଏହାସହିତ ନିଲଡୁଙ୍ଗୁରୀରେ ଥିବା ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର ଯାଇ ସେଠାକାର ଅଞ୍ଚଳରେ କୃଷି ଏବଂ କୃଷକଙ୍କ ଉନ୍ନତି ପାଇଁ କ’ଣ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିବ ସେ ନେଇ ଆଲୋଚନା କରିବେ। ସୂଚନାଯୋଗ୍ୟ ଯେ, ସମ୍ବଲପୁର କୋଲକାତା ଜାତୀୟ ରାଜପଥର ଯୁଯୁମୁରା ବ୍ଲକର କବରାପାଲି ପଞ୍ଚାୟତ ନିଲଡୁଙ୍ଗୁରୀଠାରେ ପ୍ରାୟ ୬୦ କୋଟି ବ୍ୟୟରେ ରେ ଏହି ମାର୍କେଟ ଟର୍ମିନାଲ ପିପିପି ମୋଡ୍‌ରେ ନିର୍ମାଣ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେବା ସହିତ ଏହାର କାର୍ଯ୍ୟକାରୀ ପାଇଁ ବଡ଼ ଅଂଶ ଧନ ଦେବାକୁ ମଧ୍ୟ ସେ ସମୟରେ ସ୍ବୀକୃତି ପ୍ରଦାନ କରିଥିଲେ। ଏହି ବୃହତ୍ ମାର୍କେଟ ଟର୍ମିନାଲ ମାଧ୍ଯମରେ କୃଷି ଉତ୍ପାଦିତ ଦ୍ରବ୍ୟର ରପ୍ତାନି, ବଜାରକରଣ, ଶୀତଳ ଭଣ୍ଡାର ଆଦିର ସୁବିଧା ସହିତ ପଶ୍ଚିମ ଓ ୧୦ଟି ଜିଲା ଏଥିରେ ଉପକୃତ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ବୃହତ୍ ଯୋଜନା ପାଇଁ ସେ ସମୟରେ ୭୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ୨୮ ସେପ୍ଟେମ୍ବର ୨୦୧୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିମନ୍ତ୍ରୀ, ଏମ୍‌ପି, ବିଧାୟକଙ୍କ ଉପସ୍ଥିତିରେ ଏହାର ଶିଳାନ୍ୟାସ କରିଥିଲେ। ତେବେ ୧୧ ବର୍ଷ ବିତିଯିବା ପରେ ମଧ୍ୟ ପ୍ରକଳ୍ପ ପ୍ରକଳ୍ପରେ ରହିଗଲା । ପଶ୍ଚିମାଞ୍ଚଳରେ କୃଷିର ଭିତ୍ତିଭୂମିକୁ ସୁଧାରିବା ପାଇଁ ଏହି ବୃହତ୍ ମାର୍କେଟ ଟର୍ମିନାଲ ନିର୍ମାଣ ପାଇଁ ସ୍ଥାନୀୟ ଚାଷୀମାନେ ଦାବି କରି ଆସୁଛନ୍ତି। ଏପରିକି ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଭାଜପା ଏହି ପ୍ରସଙ୍ଗରେ ବିଜେଡି ସରକାରକୁ ଘେରିଥିଲା। ତେବେ ଦୀର୍ଘ ନଅ ମାସ ପରେ ରାଜ୍ୟ ସରକାରଙ୍କ କୃଷି ଏବଂ କୃଷକ ସଶନ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ନିଲଡୁଙ୍ଗୁରୀ ପରିଦର୍ଶନରେ ଆସିବା କାର୍ଯ୍ୟକ୍ରମ ଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଆଗକୁ ବଢ଼ିବା ନେଇ ପଦକ୍ଷେପ ନେବେ ବୋଲି ସ୍ଥାନୀୟ ଚାଷୀ ଆଶାବାଦୀ ରହିଛନ୍ତି ।ପ୍ରସ୍ତାବିତ ବୃହତ ମାର୍କେଟ ଟର୍ମିନାଲ ହେଲେ ପଶ୍ଚିମାଞ୍ଚଲ ସହିତ ଆଖ ପାଖ ୧୦ ଜିଲ୍ଲାର ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଅଞ୍ଚଳରେ ପ୍ରମୁଖ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ କହିଛନ୍ତି। ଏପରିକି ନୀଳଡୁଙ୍ଗରି ଠାରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇବା ଦିଗରେ ଦୀର୍ଘ ବର୍ଷ ଧରି ଡାକ୍ତର ଷଡ଼ଙ୍ଗୀ ସରକାର ଓ ପ୍ରଶାସନିକ କଳ ନିକଟରେ ଦାବି କରି ଆସୁଛନ୍ତି। ଏପରିକି ଗତ ସାଧାରଣ ନିର୍ବାଚନରେ ମାର୍କେଟ ଟର୍ମିନାଲଙ୍କୁ ଏକ ବଡ଼ ରାଜନୈତିକ ଇସୁ ଭାବରେ ଏହା ଉଭା ହୋଇଥିଲା।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିବା ସ୍ଥାନରେ ବିଜେପିର ସାଂସଦ ପ୍ରାର୍ଥୀ ଡାକ୍ତର ଷଡ଼ଙ୍ଗୀଙ୍କ ସହ ଚାଷୀ ମାନଙ୍କ ସହିତ ଆଲୋଚନା କରି ଟର୍ମିନାଲ ପ୍ରକଳ୍ପ ନିର୍ମାଣର ପ୍ରାସଙ୍ଗିକତା ବୁଝିଥିବା ବେଳେ ତା ପର ଦିନ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାଶ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସାଥିରେ ଧରି ସେହି ସ୍ଥାନରେ ନାମକୁ ଏକ ନିର୍ବାଚନି ସଭା କରି ଏହି ପ୍ରସଙ୍ଗରୁ ସିଧା ସଳଖ ଓହରି ଯାଇଥିଲେ। ଯାହା ବିଜେଡି ପାଇଁ ବହୁତ ମାହାଙ୍ଗା ପଡି ଏକ ଚାଟିଆ ବିଜେପି ସପକ୍ଷରେ ଭୋଟ ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ