Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶା ପ୍ରତି କ୍ରମାଗତ ଭାବରେ ଭେଦଭାବ:ନୂତନ ରାଜ୍ୟ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ସମ୍ବଲପୁର:ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡ. ପ୍ରମୋଦ କୁମାର ମିଶ୍ରଙ୍କ ଆଇଆଇଏମ୍‌ ସମ୍ବଲ୍‌ପୁରର ଗସ୍ତ ଅବସରରେ ‘ପଶ୍ଚିମାଂଚଳ ପ୍ୟୁପୁଲ୍ସ୍‌ ଫୋରମ୍‌ ତରଫରୁ ଏକ ପ୍ରତିନିଧି (ପିପିଏଫ୍‌) ତାଙ୍କୁ ଭେଟି ସାଂପ୍ରତିକ ଓଡ଼ିଶାର ସାଢ଼େ ଦଶଗୋଟି ଜିଲ୍ଲାକୁ ନେଇ ପ୍ରସ୍ତାବିତ ନୂତନ ରାଜ୍ୟ ଗଠନ କରିବା ଦିଗରେ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ପିପିଏଫ୍‌ ତରଫରୁ ଶିକ୍ଷାବିତ ଭକ୍ତପ୍ରସାଦ ନନ୍ଦ,ଡ. ସପନ ମିଶ୍ର,ସଦାନନ୍ଦ ପଣ୍ଡା,ନୀଲାମ୍ବର ସାହୁ,ବାବୁଲି ବେହେରା,ଶ୍ରୀମତି ପାର୍ବତୀ ସେଠ୍‌,ପ୍ରମୂଖ ଏହି ଜ୍ଞାପନ ପ୍ରଦାନ କରିବା ସମୟରେ ଉପସ୍ଥିତ ଥିଲେ।
ଜ୍ଞାପନରେ କୁହାଯାଇଛି ଯେ,ପଶ୍ଚିମ ଓଡ଼ିଶା ପ୍ରତି କ୍ରମାଗତ ଭାବରେ ଅପରାଧିକ ଭେଦଭାବ କରାଯାଇଛି। ରାଜ୍ୟ ସରକାରଙ୍କ ଘଡ଼େଇ କମିଟିର ରିପୋର୍ଟରେ ଏହା ଜଣାଯାଇଥିଲାଯେ ଓଡ଼ିଶା ଗଠନ ହେବା ଦିନରୁ ରାଜ୍ୟ ସରକାରଙ୍କ ପାତରଅନ୍ତର ନୀତି ଯୋଗୁଁ ପଶ୍ଚିମାଂଚଳର ଜିଲ୍ଲା ଗୁଡ଼ିକ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ତୁଳନାରେ ଅତି ପଛୁଆ ରହିଆସିଛି। ୨୦୦୦ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇ ମିଛରେ ଏହି ଅଂଚଳ ଗୁଡ଼ିକୁ ଓଡ଼ିଶାର ଉପକୂଳସୀମାବର୍ତ୍ତୀ ଜିଲ୍ଲା ସହ ସମକକ୍ଷ କରାଯାଉଛି ବୋଲି ମିଥ୍ୟା ଡିଣ୍ଡିମ ପିଟାଯାଇଥିଲା। ୨୦୨୫ ପର୍ଯ୍ୟନ୍ତ ପଶ୍ଚମ ଓଡ଼ିଶାର
ବିକାଶ ହାର ଉପକୂଳ ଓଡ଼ିଶାର ବିକାଶ ହାରଠାରୁ ଢ଼େର୍‌ ପଛରେ ରହିଥିବା ଜଣାପଡ଼ିଛି। ବିଭିନ୍ନ ଅର୍ଥନୈତିକ ବିଶ୍ବବିଦ୍ୟାଳୟ ସ୍ତରୀୟ ଗବେଷଣା ଲବ୍‌ଧ ତଥ୍ୟରୁ ଏହା ପ୍ରମାଣିତ ଯେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ରୁ କୌଣସି ସୁଫଳମିଳି ନାହିଁ।ଆଂଚଳିକ ବୈଷମ୍ୟ ଜାଣିବାକୁ ସରକାର ଙ୍କ ଗଠିତ ମହାନ୍ତି କମିଶନ ର ରିପୋର୍ଟ ବିଧାନସଭାରେ
ସାର୍ବଜନୀନ ହୋଇ ନ ଥିଲେ ମଧ୍ୟ ଏହା ସଂପର୍କିତ ଅନେକ ଆଲେଖ୍ୟରେ ପଶ୍ଚିମ ଓଡ଼ିଶା ଆହୁରି ପଛୁଆ ହୋଇ ଚାଲିଥିବା ଜଣାପଡ଼ିଛି।
ପଶ୍ଚିମ ଓଡ଼ିଶାର ବହୁ ବର୍ଷର ହାଇକୋର୍ଟର ବେଞ୍ଚ ଦାବି ଏବେ ଏକ ପ୍ରସଙ୍ଗ ହୋଇ ରହିଯାଇଛି।
ଏହି ସବୁ ବସ୍ତୁସ୍ଥିତିରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନ ଙ୍କୁ ନେଇ ଭୀରତୀୟ ସମ୍ବିଧାନର ଧାରା ୩ ଅନୁଯାୟୀ ଏକ ସ୍ବତନ୍ତ୍ର ରାଜ୍ୟ ହିଁ ଏହି ସମସ୍ୟାର ଏକ ମାତ୍ର ସମାଧାନ ବୋଲି ଏହି ସ୍ମାରକ ପତ୍ରରେ କୁହାଯାଇଛି। କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ସରକାର ଛୋଟ ରାଜ୍ୟରେ ବିଶ୍ବାସ କରୁଥିବା ଯୋଗୁଁ ତୁରନ୍ତ ଏକ ଦ୍ବିତୀୟ ରାଜ୍ୟ ପୁନର୍ଗଠନ କମିଶନ ବସାଇ ଓଡ଼ିଶାର ପଶ୍ଚିମାଂଚଳକୁ ନେଇ ଏକ ନୂତନ ରାଜ୍ୟ ଗଠନ କରିବାକୁ ବିହିତ ପଦକ୍ଷେପ ନେବାକୁ ଏଥିଲେ ନିବେଦନ କରାଯାଇଛି।
ନୂତନ ରାଜ୍ୟ ଗଠନ ପ୍ରକ୍ରିୟା କେନ୍ଦ୍ର ସରକାର ଙ୍କ ଦାୟିତ୍ବ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଆବଶ୍ୟକୀୟ ଉଦ୍ୟମ କରିବାକୁ ସ୍ବାକ୍ଷରକାରୀମାନେ ନିବେଦନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ