ସମୁଦି ସମୁଦୁଣୀଙ୍କ ଲଭ୍ ଷ୍ଟୋରୀ; ଏବେ ହାଟରେ ପଡି ବାଟରେ ଗଡୁଛି


ସମୁଦି ସମୁଦୁଣୀଙ୍କ ଲଭ୍ ଷ୍ଟୋରୀ । ଏବେ ହାଟରେ ପଡି ବାଟରେ ଗଡୁଛି । ଝିଅ ବାହାଘର କରି ଜ୍ୱାଇଁ ପାଇଲେ । ତା ସହ ନିଜର ପାଇଁ ବି ନୂଆ ବରପାତ୍ର ଖୋଜିଦେଲେ । ତେବେ ସମୁଦି ସମୁଦୁଣୀଙ୍କ ପ୍ରେମ କାହାଣୀ ଧରାପଡିବା ପରେ, ଉଭୟଙ୍କ ଫଟୋ ଏବେ ଖୁବ୍ ଭାଇରଲ ହେବାରେ ଲାଗିଛି । ଘଟଣା ଉତ୍ତରପ୍ରଦେଶର ବଦାୟୁଁରୁ ଆସିଛି ।

ଯାହା ସଭ୍ୟ ସମାଜକୁ ଲଜ୍ଜିତ କରିଛି । ସମଗ୍ର ଅଞ୍ଚଳକୁ ଏହି ଘଟଣା ଏବେ ଚକିତ କରିଛି ଆଜ୍ଞା । ଜଣେ ମହିଳା ନିଜ ଝିଅର ଶ୍ୱଶୁର ସହିତ ପ୍ରେମ ସମ୍ପର୍କ ଗଢ଼ି, ମାଆ ଝିଅଙ୍କ ସମ୍ପର୍କକୁ କଳଙ୍କିତ କରିବା ସହିତ ନିଜ ସ୍ୱାମୀ ଏବଂ ପିଲାମାନଙ୍କୁ ଛାଡି ଛୁ ମାରିଛନ୍ତି । ମହିଳା ଜଣଙ୍କା ନାମ ମମତା ଓରଫ ବିମଳା ବୋଲି କୁହାଯାଉଛି । ଯିଏ କି ନିଜର ସମୁଦିକୁ ପ୍ରେମିକ କରି ଫେରାର୍ ହୋଇଯାଇଛନ୍ତି । ତେବେ ରସିକିଆ ଝିଅର ଶ୍ୱଶୁର ଜଣକ ହେଉଛନ୍ତି ଶୈଳେନ୍ଦ୍ର ଓରଫ ବିଲ୍ଲୁ ।

ଘଟଣାଟି ବଦାୟୁଁ ଜିଲ୍ଲାର ଦାନଗଞ୍ଜ ଅଞ୍ଚଳରେ ଘଟିଛି । ଉକ୍ତ ଅଞ୍ଚଳର ସୁନୀଲ କୁମାର । ଯିଏକି ଜଣେ ବ୍ୟକ୍ତି ଟ୍ରକ୍ ଡ୍ରାଇଭର ଭାବରେ କାମ କରନ୍ତି । ସୁନୀଲ ମାସ ମାସ ଧରି ଟ୍ରକ୍ ଚଲାଇଥାନ୍ତି ଏବଂ ବହୁତ କମ୍ ଘରକୁ ଆସନ୍ତି । କିନ୍ତୁ ସମୟ ସମୟରେ ଘର ପାଇଁ ଟଙ୍କା ଏବଂ ଜରୁରୀ ଜିନିଷ ପଠାଉଥିଲେ । ତେବେ ତାଙ୍କ ସ୍ତ୍ରୀ ବିମଳା କିନ୍ତୁ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନିଜ ସମୁଦିଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ । ଯାହା ଜଣାପଡିବା ପରେ ବର୍ତ୍ତମାନ ବିମଳା ନିଜ ସମୁଦି ସହିତ ଘରୁ ପଳାଇଯାଇଛନ୍ତି । ଖାଲି ସେତିକି ନୁହେଁ ଘରେ ଥିବା ଟଙ୍କା ଏବଂ ଅଳଙ୍କାର ସବୁ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସମଗ୍ର ପରିବାର ଭାଙ୍ଗି ପଡ଼ିଛି । ସୁନୀଲଙ୍କ ପୁଅ ସଚିନ୍ ମଧ୍ୟ ଏହି ସମ୍ପର୍କ ବିଷୟରେ ଜାଣିବା ପରେ ଘଟଣା ସତ ବୋଲି ପ୍ରକାଶ କରିଛନ୍ତି । କହିଛନ୍ତି ଯେ ତାଙ୍କ ମାଆ ପ୍ରାୟତଃ ତାଙ୍କ ସମୁଦିଙ୍କୁ ଘରକୁ ଡକାଇଥାନ୍ତି ଏବଂ ସେମାନଙ୍କୁ ବଳପୂର୍ବକ ଅନ୍ୟ ଏକ କୋଠରୀକୁ ପଠାଇ ଦେଇଥାନ୍ତି ।

ଏହି ଘଟଣା ବହୁତ ଦିନ ଧରି ଚାଲିଥିଲା । ତେବେ କିଛି ଦିନ ପୂର୍ବରୁ, ମାଆ ହଠାତ୍ ଏକ ଅଟୋ ଡାକି ସମସ୍ତ ଜିନିଷପତ୍ର ଧରି ଉଭଣୀର ଶ୍ୱଶୁରଙ୍କ ପାଖକୁ ଚାଲିଯାଇଥିବା ସଚିନ୍ କହିଛନ୍ତି । ପଡ଼ୋଶୀ ଅବଧେଶ କୁମାର ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ମମତା ପ୍ରାୟତଃ ରାତିରେ ଶୈଳେନ୍ଦ୍ରଙ୍କୁ ଫୋନ୍ କରି ଡକାଉଥିଲେ ଏବଂ ସକାଳ ହେବା ମାତ୍ରକେ ଶୈଳେନ୍ଦ୍ର ଘରୁ ବାହାରି ଶୀଘ୍ର ଚାଲିଯାଉଥିଲେ । ଯେହେତୁ ସେମାନେ ସମ୍ପର୍କୀୟ ଥିଲେ, ପଡ଼ୋଶୀର ଲୋକମାନେ କିଛି ସନ୍ଦେହ କରିନଥିଲେ। କିନ୍ତୁ ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପଟେ ପୀଡିତ ସ୍ୱାମୀ ସୁନୀଲ ତାଙ୍କ ସମୁଦି ଶୈଳେନ୍ଦ୍ରଙ୍କ ବିରୋଧରେ ଥାନାରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କ୍ଷେତ୍ର ଅଧିକାରୀ କେ. ଅଫ୍‌. ତିୱାରୀ କହିଛନ୍ତି ଯେ ଏହି ମାମଲାର ତଦନ୍ତ କରାଯାଉଛି ଏବଂ ଆବଶ୍ୟକୀୟ ପ୍ରମାଣ ସଂଗ୍ରହ କରାଯାଉଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।