କେମିତି ଡାଉନଲୋଡ଼ କରିବେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ, ଜାଣନ୍ତୁ ଉପାୟ


ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ପ୍ରତିଶୃତି ମୁତାବକ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ଥିରୀକୃତ ମାନଦଣ୍ଡ ଅନୁଯାୟୀ ଯୋଗ୍ୟ ବିବେଚିତ ପରିବାର ଗୁଡିକର ସମସ୍ତ ସଦସ୍ୟ ଏହି କାର୍ଡ ପାଇବେ ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ।

ସରକାରଙ୍କ ପକ୍ଷରୁ ଏହି କାର୍ଡ ବଣ୍ଟନ କରାଯିବ। ତେବେ ଆପଣମାନେ ଚାହିଁଲେ ଅନଲାଇନ ଜରିଆରେ ମଧ୍ୟ ଏହି କାର୍ଡ ଡାଉନଲୋଡ଼ କରିପାରିବେ। ଆସନ୍ତୁ ଜାଣିବା କେଉଁ ଉପାୟରେ ଡାଉନଲୋଡ଼ କରିହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ।

୧. ପ୍ରଥମେ କମ୍ପ୍ୟୁଟରରେ ଗୁଗୁଲ, ଫାୟାରଫକ୍ସ କିମ୍ବା ମାଇକ୍ରୋସଫ୍ଟ ଇଣ୍ଟରନେଟ ବ୍ରାଉଜର ଖୋଲନ୍ତୁ।
୨. ଉପରେ ଥିବା ସର୍ଚ୍ଚ ବାରରେ ‘https://beneficiary.nha.gov.in/’ ଟାଇପ କରନ୍ତୁ ଓ ଏଣ୍ଟର କି ଦବାନ୍ତୁ। ଏହା ପରେ ଏକ ପେଜ ଖୋଲିବ ।

୩. ସେହି ପେଜ’ର ଡାହାଣ ପାର୍ଶ୍ୱରେ ଏକ ବକ୍ସରେ ଆବଶ୍ୟକ ସୂଚନା ଦିଅନ୍ତୁ। ସେଥିରେ ୨ଟି ଅପସନ ରହିଛି – ‘Beneficiary ଓ Operator’।

୪. ‘Beneficiary’ରେ କ୍ଲିକ କରନ୍ତୁ।
୫. ତଳେ ଥିବା Captchaକୁ ଭଲ ଭାବେ ପଢନ୍ତୁ ଓ Enter the text ସ୍ଥାନରେ ସଠିକ ଭାବେ ପୂରଣ କରନ୍ତୁ।
୬. ମୋବାଇଲ ନମ୍ବର ସ୍ଥାନରେ ନିଜ ପାଖରେ ଥିବା ମୋବାଇଲ ନମ୍ବର ଦିଅନ୍ତୁ ଓ ‘Verify’ ଉପରେ କ୍ଲିକ କରନ୍ତୁ।
୭. ଏବେ ଆପଣ ଦେଇଥିବା ମୋବାଇଲ ନମ୍ବରକୁ ଏକ ୱାନ ଟାଇମ ପାସୱାର୍ଡ଼ (OTP) ଆସିବ।
୮. OTP ଆସିବାର ୩ ମିନିଟ ମଧ୍ୟରେ ନିର୍ଦ୍ଧାରିତ ସ୍ଥାନରେ ସଠିକ ଭାବେ ୱାନ ଟାଇମ ପାସୱାର୍ଡ଼ ଦିଅନ୍ତୁ।

୯. ଏହା ତଳକୁ ଥିବା ସ୍ଥାନରେ ଡାହାଣ ପାର୍ଶ୍ୱରେ ଲେଖାଥିବା Captchaକୁ ଭଲ ଭାବେ ପଢନ୍ତୁ ଓ ପୂରଣ କରନ୍ତୁ।
୧୦. ଏହାପରେ ଲଗିନ ଉପରେ କ୍ଲିକ କରନ୍ତୁ।
୧୧. ଦେଖିବେ ଏକ ନୂଆ ପେଜ ଖୋଲିବ
୧୨. ସେହିଠାରେ ଆପଣଙ୍କୁ କେତେକ ଅବଶକୀୟ ସୂଚନା ଦେବାକୁ ହେବ।
୧୩. Scheme ସ୍ଥାନରେ PMJAY ଚୟନ କରନ୍ତୁ।
୧୪. State ସ୍ଥାନରେ ODISHA ଚୟନ କରନ୍ତୁ।
୧୫. Sub Scheme ସ୍ଥାନରେ PMJAY ଚୟନ କରନ୍ତୁ।
୧୬. District ସ୍ଥାନରେ ସେହି ଜିଲ୍ଲା ଚୟନ କରନ୍ତୁ ଯେଉଁ ଜିଲ୍ଲାର ଆପଣ ଅଧିବାସୀ ଅଟନ୍ତି।
୧୭. ଶେଷ ସୂଚନାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶେଷରେ ରହିଛି Search ଯେଉଁଥିରେ ଆପଣଙ୍କୁ ୩ଟି ଅପସନ ଦେଖିବାକୁ ମିଳିବ। ଅର୍ଥାତ ଆପଣ କେଉଁ ସୂଚନା ବଳରେ ଚୟନ କରିବାକୁ ଚାହାନ୍ତି। ସେହି ୩ଟି ଅପସନ ହେଉଛି – Family Id, Aadhar Number ଓ PMJAY ID
୧୮. ଆପଣ Aadhar Number ବିକଳ୍ପ ଚୟନ କରନ୍ତୁ।
୧୯. ଏହାପରେ ଆଉ ଦୁଇଟି ତଥ୍ୟ ଦେବାକୁ ହେବ। ଆଧାର ସଂଖ୍ୟା ଓ କାପଚା।
୨୦. ଆଧାର ନମ୍ବର ସ୍ଥାନରେ ନିଜର ସଠିକ ଆଧାର ସଂଖ୍ୟା ଓ କାପଚା ସ୍ଥାନରେ ସଠିକ ଭାବେ ପୂରଣ କରନ୍ତୁ।
୨୧. ଏହାପରେ ସର୍ଚ୍ଚ ବକ୍ସ (ଗୋଲ ଆକାରର) ଉପରେ କ୍ଲିକ କରନ୍ତୁ।
୨୨. ପରେ ଆପଣ ଓ ଆପଣଙ୍କ ପରିବାରର ଯୋଗ୍ୟ ସଦସ୍ୟଙ୍କ ତାଲିକା ପ୍ରକାଶ ପାଇବ।
୨୩. ଏହାପରେ ଡାହାଣ ପାର୍ଶ୍ୱରେ ଥିବା ଡାଉନଲୋଡ଼ ()ରେ କ୍ଲିକ କରନ୍ତୁ ଓ ପୁଣି ଥରେ ଆଧାର ସମର୍ଥିତ ଓଟିପି ପୂରଣ କରି ନିଜ ସ୍ୱାସ୍ଥ୍ୟ କାର୍ଡ ଡାଉନଲୋଡ଼ କରନ୍ତୁ।