Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଘ ମୃତ୍ୟୁକୁ ନେଇ ସାମାଜିକ କ୍ରିୟା,ଅଭିଯୁକ୍ତର ଶୌଚ କ୍ରିୟା ସଂପନ୍ନ ପରେ ଜନ୍ତୁ ଶିକାର ନକରିବାକୁ ନିଷ୍ପତ୍ତି

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ କିସିଣ୍ଡା ପଞ୍ଚାୟତ କାଙ୍କଦର୍ ର ସଡବଂଶୀ ଗଣ୍ଡ ସମାଜର ଦିନବନ୍ଧୁ ଅଟିଙ୍କୁ କିଛି ମାସ ପୂର୍ବରୁ ସ୍ଥାନୀୟ ଜଙ୍ଗଲ ମଧ୍ୟରେ ବାଘ ଶିକାରରେ ସଂସ୍ପୃକ୍ତି ଥିବାନେଇ ଗିରିଶ୍ଚନ୍ଦ୍ରପୂର୍ ବନବିଭାଗ ଗିରଫ କରି ଜେଲ ହାଜତ କୁ ପଠାଇଥିଲେ।ଅଭିଯୁକ୍ତ ଦିନବନ୍ଧୁ ଅଟି ବେଲ୍ ରେ ଗାଁକୁ ଫେରିଲା ପରେ ଗଣ୍ଡ ସମାଜର ଉଦ୍ୟମରେ ଆଦିବାସୀ ପାରମ୍ପରିକ ରୀତି ନୀତି ଅନୁସାରେ ସାମାଜିକ ଶୌଚ କ୍ରିୟା ସଂପନ୍ନ ହୋଇଅଛି।ଯାହାକୁ ଆମେ ବାଘ ମାମୁଁ କହିଥାଉଁ, ସେହି ଜାତୀୟ ପଶୁକୁ ଅନେକ ଶିକାରୀଙ୍କ ସହ ମିଶି ମାରି ଖାଇଛନ୍ତି।ବାଘ ଗାଈ ବାଛୁରୀ ସମେତ ଅନେକ ବନ୍ୟ ପ୍ରାଣୀ ଶିକାର କରି ଖାଇଥାଏ।ସେଥିପାଇଁ ବାଘ ଶିକାର କରିବା ସମାଜ ପାଇଁ ଶୁଭଙ୍କର ନୁହେଁ।ସେ ଜଙ୍ଗଲ ର ରାଜା ଅଟେ।ବାଘ ସମ୍ପ୍ରଦାୟର ସମ୍ମାନ ହାନି ଓ ବାଘ ମୃତ୍ୟୁକୁ ନେଇ ଆଜି ଷଡ଼ବଂଶୀ ଗଣ୍ଡ ସମାଜ କିସିଣ୍ଡା ଗୁଡ଼ି ପକ୍ଷରୁ ସ୍ୱତନ୍ତ୍ର ଭାବେ ବାଘର ଅନ୍ତେଷ୍ଟ୍ରି କ୍ରିୟା ପାଳନ କରି ଦିନବନ୍ଧୁ ଅଟିଙ୍କୁ ସାମାଜିକ ସଂସ୍କାର କରି ଗଣ୍ଡ ସମାଜ ରେ ମିଶ୍ରଣ କରାଯାଇଥିଲା।ତାଙ୍କ ନାମରେ ଥିବା ସାମାଜିକ ବହିସ୍କାର ପରାମର୍ଶ କୁ ସର୍ବସମ୍ମତି କ୍ରମେ ବାତିଲ କରାଯାଇ,ଆଗାମୀ ଦିନରେ ସେହିପରି ଜନ୍ତୁ ଶିକାର ନ କରିବା ପାଇଁ ଆଦିବାସୀ ସମାଜର କର୍ମ କର୍ତ୍ତା ପ୍ରତିକ୍ରିୟା ପ୍ରକାଶ କରି ନିଷ୍ପତି ନେଇଥିଲେ।ଉକ୍ତ ସଭାରେ ସଡବଂଶୀ ଗଣ୍ଡ ସମାଜ ସଭାପତି ମହେନ୍ଦ୍ର କୁଅଁରଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଏଠାରେ ସମାଜର ସର୍ବମାନ୍ୟ ପରାମର୍ଶ ଦାତା ଦିବ୍ୟାଙ୍ଗ ରୋହିତ ଭୋଇ,ପୂର୍ବତନ ସଭାପତି ବିଶ୍ଵାମିତ୍ର ଭୋଇ,ସମ୍ପାଦକ କବୀର୍ କୁମାର ନାଏକ ସମେତ ପନୁହା,ବରିହା ସମାଜର ବରିଷ୍ଠ ସେବକ ପ୍ରମୁଖ ଯୋଗଦାନ କରିଥିଲେ।ବାଘ ମୃତ୍ୟୁକୁ ନେଇ ଗଣ୍ଡ ସମାଜର ଏପରି ପ୍ରୟାସ କୁ ଗିରିଶଶ୍ଚନ୍ଦ୍ରପୂର୍ ରେଞ୍ଜର ସୁରେନ୍ଦ୍ର ସାହୁ ଭୂରୀୟସି ପ୍ରଶଂସା କରିଛନ୍ତି।ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏକ ବନ୍ୟଜନ୍ତୁ ର ମୃତ୍ୟୁ କୁ ନେଇ ପ୍ରକୃତି ପୂଜକ ଆଦିବାସୀ ସଡବନ୍ସି ଗଣ୍ଡ ସମାଜ କିସିଣ୍ଡା ଗୁଡ଼ି ବନ ବିଭାଗ କୁ ପ୍ରେରଣା ପ୍ରଦାନ କରିଛନ୍ତି।ଯାହାକି ଆଜି ଅଞ୍ଚଳରେ ଚର୍ଚା ପାଲଟିଛି ଏବଂ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ