Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୋଲିସକୁ ଖୋଲା ଚ୍ୟାଲେଞ୍ଜ; ବାଲିପାଟଣା ଥାନା ନିକଟରେ ଯୁବକଙ୍କୁ ଗୁଳିମାଡ଼

ଭୁବନେଶ୍ବର: ଅଶାନ୍ତି ରାଜଧାନୀ ଭୁବନେଶ୍ବର । ପୋଲିସକୁ ଚ୍ୟାଲେଞ୍ଜ । ଥାନା ନିକଟରେ ବି ଅପରାଧ ଘଟାଇବାକୁ ପଛାଉନାହାନ୍ତି ଅପରାଧୀ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନିକଟରେ ଯୁବକଙ୍କୁ ଗୁଳି ମାଡ଼ । ଆହତ ଯୁବକ ହେଲେ ଗୁଆପୁର ଗ୍ରାମର ଦୀପ୍ତି ରଞ୍ଜନ ମହାପାତ୍ର । ଦୀପ୍ତିଙ୍କ ବାମ ହାତରେ ଗୁଳି ବାଜିଛି ।
ସୂଚନାଯୋଗ୍ୟ, ଦୀପ୍ତି ଥାନା ନିକଟ ଭଡା ଘର ବାରଣ୍ଡାରେ ରାତିରେ ବସିଥିଲେ । ଏହି ସମୟରେ ୨ ଜଣ ଯୁବକ ଏକ ବାଇକରେ ଆସି ଦୀପ୍ତିଙ୍କୁ ଗୁଳି ମାଡ଼ କରି ଫେରାର ହୋଇଯାଇଛନ୍ତି । ପୂର୍ବ ଶତ୍ରୁତାରୁ ଗୁଳି ମାଡ଼ ହୋଇଥିବା ଅନୁମାନ କରାଯାଉଛି ।