Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଜାରେ ଶିଶୁଙ୍କ ଜୀବନ ଅଭିଶପ୍ତି, ପାଲଟିଛି ନର୍କ

ଓଡ଼ିଶା ଡଟ୍ ନ୍ୟୁଜ୍: ଶିଶୁଙ୍କ ଲାଗି ନର୍କ ପାଲଟିଛି ଗାଜା । ଇସ୍ରାଏଲର ଆକ୍ରମଣ ପରଠାରୁ ଗାଜା ହେଉଛି ଧ୍ବସ୍ତବିଧ୍ବସ୍ତ । ଆଉ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଶିଶୁ । ଏଠି ଶିଶୁମାନେ ଦୈନିକ ମୁଠାଏ ଖାଦ୍ୟ ପାଇବା କଷ୍ଟକର ହୋଇଛି ।
ଦୀର୍ଘ ୧୮ ମାସ ଧରି ଚାଲିଥିବା ହତ୍ୟାଲୀଳାରେ ଗାଜାକୁ ବାହାରୁ ଖାଦ୍ୟ ପଦାର୍ଥ, ଔଷଧ ଆଦି ପଠାଯାଇ ପାରୁନାହିଁ । ସେଠାରେ ବିଭୀଷିକାମୟ ପରିସ୍ଥିତି ସୃଷ୍ଟି ହୋଇଛି । ଗାଜାରେ କାର୍ଯ୍ୟରତ ୪୩ଟି ଅନ୍ତର୍ଜାତୀୟ ଓ ପାଲେଷ୍ଟିନୀୟ ସହାୟତାକାରୀ ସଂସ୍ଥା ମଧ୍ୟରୁ ୯୫ ପ୍ରତିଶତ ସଂସ୍ଥା ସେବା ବନ୍ଦ କରିସାରିଲେଣି । ଡକ୍ଟର୍ସ ଉଇଦଆଉଟ ବର୍ଡର୍ସର ସଂଯୋଜକ କହିଛନ୍ତି, ଗାଜାରେ ମହିଳା, ଶିଶୁ ଓ ସାଧାରଣ ଲୋକଙ୍କୁ ଜଗିବା ଲାଗି ସହାୟତାକାରୀ ସଂସ୍ଥାର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି । ଏହାସହ ସେମାନଙ୍କୁ ନେବା ଆଣିବା କରିବା ବେଳେ କର୍ମୀମାନେ ପ୍ରାଣ ହରାଉଛନ୍ତି । ସେଠାରେ ମାନବିକ ସହାୟତା ବିଫଳ ହୋଇଛି । ଶିଶୁ ଓ ନବଜାତମାନେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଅଧିକାଂଶ ହସ୍ପିଟାଲରେ ବି ଚିକିତ୍ସା ଅଭାବରୁ ନବଜାତମାନେ ପ୍ରାଣ ହରାଉଛନ୍ତି । ଚିକିତ୍ସା ଲାଗି ଔଷଧ ଓ ଯନ୍ତ୍ରପାତିର ଅଭାବ ଶିଶୁଙ୍କ ଲାଗି କାଳ ସାଜିଛି । ଯୁଦ୍ଧରେ ୪ ଲକ୍ଷରୁ ଅଧିକ ଗାଜାବାସୀ ଭିଟାମାଟି ଛାଡ଼ିଲେଣି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ