Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କମ୍ୟୁନିଷ୍ଟ ନେତା ଦିବାକର ନାୟକଙ୍କ ୭୨ ବର୍ଷ ବୟସରେ ପରଲୋକ

ଓଡ଼ିଶା ଡଟ୍ ନ୍ୟୁଜ୍: କମ୍ୟୁନିଷ୍ଟ ନେତା ଦିବାକର ନାୟକଙ୍କ ପରଲୋକ । ଗତକାଲି ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନରେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଲମ୍ବା ସମୟ ଧରି ସିପିଆଇର ରାଜ୍ୟ ସାଧାରଣ ସମ୍ପାଦକ ଥିଲେ ଦିବାକର ।
ମୃତ୍ୟୁ ପୂର୍ବରୁ ସିପିଆଇର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସେଣ୍ଢତୀରା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଦିବାକର ନାୟକ । ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତାଙ୍କ ବୟୋଗରେ ବାମ ଦଳ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ପୈତୃକ ଗାଁ ଭଦ୍ରକ ସେଣ୍ଢିତୀରାରେ ଦିବାକର ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।