Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଷ୍ଟେଲ କ୍ୟାଣ୍ଟିନରେ ଭୋଜନ କରି ଅଡ଼ୁଆରେ ରାହୁଲ, ଆକ୍ସନ ନେବ ଦିଲ୍ଲୀ ୟୁନିଭର୍ସିଟି

ନୂଆଦିଲ୍ଲୀ: ଦିଲ୍ଲୀ ୟୁନିଭର୍ସିଟି(ଡିୟୁ)ର କ୍ୟାମ୍ପସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଚାନକ ପରିଦର୍ଶନକୁ ନେଇ ନୂତନ ବିବାଦ ଦେଖା ଦେଇଛି। ଏହାକୁ ନେଇ ୟୁନିଭର୍ସିଟି ନୋଟିସ୍ ଜାରି କରି ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି। ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ପଠାଇ ଏହା ଜଣାଇବାକୁ ଚାହୁଁଛି ଯେ, ଆଗକୁ ଆପଣ ଏମିତି କୌଣସି ଅଣଆନୁଷ୍ଠାନିକ ଗସ୍ତ କରିବେ ନାହିଁ। ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ରାହୁଲଙ୍କୁ ବୁଧବାର ଅର୍ଥାତ ଆଜି ନୋଟିସ୍ ପଠାଯାଇପାରେ।

ଗତ ସପ୍ତାହ ଶୁକ୍ରବାର ରାହୁଲ ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ପରିସରରେ ଛାତ୍ର-ଛାତ୍ରୀଙ୍କୁ ଭେଟିଥିଲେ ଏବଂ ହଷ୍ଟେଲ କ୍ୟାଣ୍ଟିନରେ ପିଲାଙ୍କ ସହ ଭୋଜନ କରିଥିଲେ, ଯାହାର କିଛି ଫଟୋ ସାମ୍ନାକୁ ଆସିଥିଲା। ଏହା ପରେ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ବୟାନ ଆସିଛି। ୟୁନିଭର୍ସିଟିର କୁଳସଚିବ ବିକାଶ ଗୁପ୍ତା କହିଛନ୍ତି ରାହୁଲ ଗାନ୍ଧୀଙ୍କୁ ବୁଧବାର ନୋଟିସ୍ ପଠାଯିବ। କୁଳସଚିବ କହିଛନ୍ତି ଯେ, କଂଗ୍ରେସ ନେତାଙ୍କ ଏହିପରି ଗସ୍ତ ଛାତ୍ର-ଛାତ୍ରୀଙ୍କ ସୁରକ୍ଷାକୁ ବିଦପରେ ପକାଇପାରେ। ଏମିତି କୌଣସି ସାକ୍ଷାତ ପାଇଁ ରାହୁଲଙ୍କୁ ଉପଯୁକ୍ତ ପ୍ରଟୋକୋଲ ପାଳନର ଆବଶ୍ୟକତା ରହିଛି।

କୁଳସଚିବ କହିଛନ୍ତି, ଏହା ଏକ ଅନଧିକୃତ ଗସ୍ତ ଥିଲା। ରାହୁଲ କଲେଜରେ ପହଞ୍ଚିବା ସମୟରେ ଅନେକ ଛାତ୍ର-ଛାତ୍ରୀ ଭୋଜନ କରୁଥିଲେ। ଆମେ ନିଜ ପରିସରରେ ଏମିତି କାମକୁ ବରଦାସ୍ତ କରି ପାରିବୁ ନାହିଁ। ଆମେ ରାହୁଲଙ୍କୁ ନୋଟିସ୍ ପଠାଇ ଏହା କହିବୁ ଯେ, ଆପଣଙ୍କୁ ଏହି ପରି ଗସ୍ତ କରିବା ଉଚିତ୍ ନୁହେଁ ଏବଂ ଛାତ୍ର-ଛାତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଇବା ଉଚିତ୍ ନୁହେଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ