Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ସମ୍ବଲପୁର:ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ,୫ ଖାରବେଳ ନଗର,ଓଡ଼ିଶା ତରଫରୁ ବୁଢାରାଜା ଠାରେ ଏକ କାର୍ଯ୍ୟକାରିଣୀ ବୈଠକ ବବୃବାହାନ ଭୋଇ(ସାଧାରଣ ସମ୍ପାଦକ,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ)ଙ୍କ ନେତୃତ୍ୱରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ମୁଖ୍ୟତଃ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।
ପିଲାଙ୍କ ଆପର ଆଇଡି ନିର୍ମାଣବେଳେ ଅନେକ ପିଲାଙ୍କ ଆଧାରକାର୍ଡ ନ ଥିବାରୁ ବାଧା ସୃଷ୍ଟି ହେଉଛି, ଏଣୁ ସରକାର ତରଫରୁ ପ୍ରଥମେ ସ୍କୁଲରେ ପିଲାଙ୍କ ଆଧାରକାର୍ଡ ପାଇଁ କେମ୍ପ କରନ୍ତୁ ଓ ଅଭିଜ୍ଞତା ଥିବା ଏକ୍ସପାର୍ଟକୁ ଏଥିରେ ନିୟୋଜିତ କରିବା,ଶିକ୍ଷକ ଶିକ୍ଷୟିତ୍ରୀ ଏମାନଙ୍କୁ ଏଥିରେ ସାହାଯ୍ୟ କରିବା, ଅଯଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ଭଳି ପଦକ୍ଷେପ ଗ୍ରହଣ ନକରିବା ଭଳି ବ୍ୟବସ୍ଥାଗତ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ଶିଶୁ ବଟିକା ପ୍ରାଥମିକ ବିଦ୍ୟାଳୟରେ ମିଶିବା ସ୍ୱାଗତ ଯୋଗ୍ୟ କିନ୍ତୁ ଏଥିପାଇଁ ସରକାର ଭିତ୍ତିଭୂମି, ଶିକ୍ଷକ ଓ କେୟାର ଟେକରର ଭଳି ଆନୁସାଙ୍ଗିକ ବ୍ୟବସ୍ତା ଉପରେ ଆଲୋଚନା କରାଯାଇଥିଲା।
ୟୁ.ଏ.ଏସ.ପୋର୍ଟାଲକୁ ବିରୋଧ କରାଯାଇଛି, ସରକାରଙ୍କ ତରଫରୁ ପ୍ରଥମେ ଭିତ୍ତିଭୂମି ନିର୍ମାଣ କରନ୍ତୁ, ଉପଯୁକ୍ତ କେମ୍ପ କରି ଟ୍ରେନିଂ ଦିଆଯିବା ସହ ଲେପଟପ/ମୋବାଇଲ ଯୋଗାଇ ଦିଆଯାଇ ଏହାପରେ ଲାଗୁ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ଷଷ୍ଠ ବେତନହାରକୁ ସଂଶୋଧନ କରି କେନ୍ଦ୍ରୀୟ ହାରରେ ଦରମା ଦେବାକୁ ଓ ପୁରୁଣା ପେନସନକୁ ଲାଗୁ କରିବା,କଟକ ଭୁବନେଶ୍ୱରରେ ଯେପରି ଅକ୍ଷୟ ଫାଉଣ୍ଡେସନ ସମସ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଗାଉଛି, ସେହିପରି ସମ୍ବଲପୁରରେ ମଧ୍ୟ ଏକ ଭଲ ସଂସ୍ଥାକୁ ସମସ୍ତ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦେବାର ଦାୟିତ୍ବ ଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଜିଲ୍ଲାର ଗୁଣାତ୍ମକ ଶିକ୍ଷା ପାଇଁ ଏହିସବୁ ବିଷୟରେ ସରକାର ଦୃଷ୍ଟି ଦେବାକୁ ଆଲୋଚନା କରାଯାଇଥିଲା।ଏଥିରେ ଶିକ୍ଷୟିତ୍ରୀ ଜୋସ୍ନା ମୟୀ ଦାଶ(ଜିଲ୍ଲା ସଭାପତି),ମହେଶ୍ବର ସାହୁ(ରାଜ୍ୟ ସମିକ୍ଷକ),ଜୟନ୍ତୀ ଦେବତା(ପରିଷଦ ସଭ୍ୟ),ରଞ୍ଜୁରାଣୀ ପଟ୍ଟନାୟକ, ମାଳା ଡାଏରି,ସୁଜାତା ସ୍ୱାଇଁ, ଶାନ୍ତନା ଷଡଙ୍ଗୀ, ରାଧେଶ୍ୟାମ ରଣା ଓ ବରିଷ୍ଠ ଶିକ୍ଷକ ଦିଲ୍ଲୀପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ