Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ପର୍ଶୁରାମ ଜନ୍ମୋତ୍ସବ ହେବ ଭବ୍ୟ, ଦିବ୍ୟ ଓ ସଂସ୍କୃତିମୟ ଉତ୍ସବ

ସମ୍ବଲପୁର: ରବିବାର ଦିନ ୧୦.୩୦ ସମୟ ରେ ପୁରୁଣା ମ୍ୟୁନିସିପାଲଟି ଛକ ସ୍ଥିତ ମହାଦେବ ମନ୍ଦିରରେ ଆଗାମୀ ୩୦ ଏପ୍ରିଲ ରେ ପାଳିତ ହେବାକୁ ଯାଉଥିବା ଭଗବାନ ଶ୍ରୀ ପରଶୁରାମ ଙ୍କ ଜନ୍ମୋତ୍ସବ କୁ ଉଦ୍ଦେଶ୍ୟ କରି ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ସମାଜ ଦ୍ୱାରା ଗଠିତ ଶ୍ରୀ ପରଶୁରାମ ଜନ୍ମୋତ୍ସବ ସମିତି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ଆରମ୍ଭ ରେ ଶ୍ରୀ ରାମେଶ୍ବର ପୁରୋହିତ ଙ୍କ ଦ୍ଵାରା ଶଙ୍ଖ ଧ୍ଵନୀ ଏବଂ ଶଙ୍ଖ ନାଦ ରେ ବୈଠକ ର ଶୁଭାରମ୍ଭ ହୋଇଥିଲା।
ଦେବାଶିଷ ପୁରୋହିତ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକ ରେ ମୁଖ୍ୟ ସଂଯୋଜକ ବେଣୁଧର ଦାସ ପର୍ଶୁରାମ ଜନ୍ମୋତ୍ସବ ଶୋଭାଯାତ୍ରା କୁ ଭବ୍ୟ ଓ ଦିବ୍ୟ ସ୍ୱରୂପ ଦେଇ ପାଳନ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଏହି ସଭାକୁ ଗୋଲକ ବିହାରୀ ମିଶ୍ର ପରିଚାଳନା କରିଥିଲେ। ଏବଂ ଉକ୍ତ ବୈଠକ ରେ ଶ୍ରୀ ପର୍ଶୁରାମ ଜନ୍ମୋତ୍ସବ ସମିତି ର ସଂଯୋଜକ ନିଶିକାନ୍ତ ବିଶ୍ଵାଳ ଏକ ବଜେଟ ପାଇଁ ବ୍ୟବସ୍ଥା କୁ ଦୃଷ୍ଟି ରେ ରଖି ଏକ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବ କୁ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ମାନେ ସମ୍ମତି ପ୍ରଦାନ କରିଥିଲେ। ଉକ୍ତ ବୈଠକ ରେ ପ୍ରଫୁଲ୍ଲ ହୋତା ଶ୍ରୀ ପର୍ଶୁରାମ ଜନ୍ମୋତ୍ସବ ପାଳନ ପାଇଁ ଏକ ଅର୍ଥ ରାଶି ସହଯୋଗ କରିବା ପାଇଁ ବୈଠକ ରେ ପ୍ରସ୍ତାବ ରଖିଥିଲେ। ଉକ୍ତ ବୈଠକ ରେ ସୌରଭ ରଞ୍ଜନ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ୟୋମକେଶ ପଣ୍ଡା, ଦୀନବନ୍ଧୁ ପଣ୍ଡା, ସଞ୍ଜୀବ ଷଡ଼ଙ୍ଗୀ, ଆନନ୍ଦ ବଡଗୟାଁ, ମମତା ପଣ୍ଡା, ପ୍ରଦୀପ ସୂପକାର, ସୁନିଲ ନନ୍ଦ, ତୃପ୍ତି ମୟି ପଣ୍ଡା, ଶିବଶଙ୍କର ଷଡ଼ଙ୍ଗୀ, ସୌରି ପାଣିଗ୍ରାହୀ, ପ୍ରସନ୍ନ କର, ଅଭିନଶ ପାଣିଗ୍ରାହୀ, ଦୁର୍ଗା ପାଣିଗ୍ରାହୀ, ଅମୂଲ୍ୟ ମିଶ୍ର, ରାଜେନ୍ଦ୍ର ମହାପାତ୍ର, ଶକୁନ୍ତଳା ମହାପାତ୍ର ପ୍ରମୁଖ ଆଲୋଚନା ରେ ନିଜ ମତାମତ ରଖି ଥିଲେ।
ଏହି ବୈଠକରେ ବ୍ରାହ୍ମଣ ସମାଜ ର ବିଭିନ୍ନ ଅଞ୍ଚଳରୁ ଆସିଥିବା ସଦସ୍ୟ ମାନେ ଉପସ୍ଥିତ ରହି ନିଜ-ନିଜ ମତ ଓ ପ୍ରସ୍ତାବ ରଖିଥିଲେ ଯେ କିପରି ଏହି ଜନ୍ମୋତ୍ସବ କୁ ଏକ ଭବ୍ୟ, ଦିବ୍ୟ ଓ ସଂସ୍କୃତିମୟ ଉତ୍ସବ ଭାବରେ ପାଳିତ କରାଯାଇପାରିବ।
ବୈଠକରେ ପର୍ଶୁରାମ ଛକ ରେ ଭଗବାନ ଶ୍ରୀ ପର୍ଶୁରାମ ଙ୍କ ବିଧି ପୂର୍ବକ ପୂଜା ଅର୍ଚ୍ଚନା,ଶୋଭାଯାତ୍ରା ଶ୍ରୀ ପର୍ଶୁରାମ ଛକ ରୁ ଆରମ୍ଭ ହୋଇ ସାନ ସଡ଼କ ରୁ ବଡ ସଡ଼କ ଦେଇ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ