Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ରାଜନୀତିରେ ତାତି! କଂଗ୍ରେସ ନେତାଙ୍କ ଫ୍ୟାକ୍ଟ୍ରି ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଘରେ ଅତିଥି ବା କୁଣିଆ ସାଜିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନରସିଂହଙ୍କ ପୁଅ ସମରେନ୍ଦ୍ରଙ୍କ କୃଷିଭିତ୍ତିକ ଅନୁଷ୍ଠାନର ଉଦଘାଟ୍‌ନୀ ଉତ୍ସବରେ ଧର୍ମେନ୍ଦ୍ର ସାମିଲ ହୋଇଛନ୍ତି। ତେବେ ନରସିଂହଙ୍କ ଦୁଇ ପୁଅଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ ଚାଲିଛି। ଏହି ବୈଠକରେ ଭାଜପାର ୩ ନେତା ମଧ୍ୟ ଉପସ୍ଥିତ ଅଛନ୍ତି।

ଅନ୍ୟପଟେ ନରସିଂହଙ୍କ ଘରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତିକୁ ନେଇ କିଛି ନୂଆ ସମୀକରଣ ହୋଇପାରେ ବୋଲି ରାଜନୈତିକ ମହଲରେ ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି।

ଏପଟେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଧର୍ମେନ୍ଦ୍ର-ନରସିଂହଙ୍କ ବୈଠକକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ରାଜନୀତିରେ ସବୁ ସମ୍ଭବ ବୋଲି କହିଛନ୍ତି ଭାଜପା ନେତା ଗୋପାଳଜୀ ପାଣିଗ୍ରାହୀ।

ସେହିପରି କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର କହିଛନ୍ତି, ଲୋକଙ୍କ ଚିନ୍ତାଧାରା ଉପରେ ଆମର ନିୟନ୍ତ୍ରଣ ନାହିଁ। ଯେ ଯାହା ବି ହେଉନା କାହିଁକି ନରସିଂହଙ୍କ ଘରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତିକୁ କଂଗ୍ରେସ ନେତାମାନେ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ତେବେ ରାଜନୀତିରେ ମୋଡ଼ କେଉଁଆଡ଼କୁ ଯାଉଛି ତାହା ଦେଖିବାକୁ ବାକି ରହିଲା।