ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି


ଓଡ଼ିଶା ଡଟ୍ ନ୍ୟୁଜ୍: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରରେ କରିଛନ୍ତି ଅଭିଯୋଗ ଶୁଣାଣି । ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ହୋଇଛି ।

ଏଥିପାଇଁ ଗତକାଲିଠୁ ସମ୍ବଲପୁରରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଗାପାଲି ସ୍ଥିତ ସମ୍ବଲପୁର ମହାନଗର ନିଗମ ଅଫିସରେ ସକାଳ ୮ଟାରୁ ଜନ ଶୁଣାଣି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପୋର୍ଟାଲରେ ଆଜି ପାଇଁ ହଜାରେ ଲୋକେ ନିଜ ଅଭିଯୋଗ ଦାଏର କରିଛନ୍ତି ।

ଅନଲାଇନ୍ ସମେତ ଅଫଲାଇନରେ ବି ଅଭିଯୋଗ ଶୁଣାଯିବ । ଆଜିର ଅଭିଯୋଗ ଶୁଣାଣିରେ ଗୃହ, ରାଜସ୍ବ, ଗୃହ ନିର୍ମାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ବିଭାଗର ସଚିବଙ୍କ ସହ ୧୩ ଜଣ ସଚିବ ସ୍ତରୀୟ ବରିଷ୍ଠ IAS ଉପସ୍ଥିତ ଅଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଂଚାୟତରାଜ ମନ୍ତ୍ରୀ ରବି ନାୟକ ଓ ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ସମଲେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । ଲୋକଙ୍କ ସରକାର ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।