Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କୁ ଦଶ ହଜାର ଦସ୍ତଖତ ସମ୍ମଳୀତ ଦାବିପତ୍ର ପ୍ରଦାନ କଲେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ସମ୍ବଲପୁର:ଆଜି ସମ୍ବଲପୁରରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ନିଜର ଦାବୀ ଉପସ୍ଥାପନ କରିବା ସହ ସଂଘ ପକ୍ଷରୁ ୧୦ ହଜାର ଦସ୍ତଖତ ସମ୍ନଳିତ ଦାବୀ ପତ୍ର ପ୍ରଦାନ କରାଯାଇଛି।
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ। ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଆଜିର ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଙ୍କୁ ସାକ୍ଷାତ କରି ସଂଘର ବିଭିନ୍ନ ଦାବୀ ମଧ୍ୟରେ ସର୍ବନିମ୍ନ ମଜୁରୀ ବୃଦ୍ଧି ଅନୁଯାଇ ଶିଯିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି, କନ୍ୟା ବିବାହ ସହାୟତା ପ୍ରଦାନ, ପତ୍ର ଦର ବୃଦ୍ଧି, କେ ଏଲ ଡି ବି ରେ ସଂଶୋଧନ କରି ସଂଘ ନିଷ୍ପତି ଅନୁଯାଇ ପ୍ରତିନିଧି ଚୟନ, ବନ୍ଧେଇ ଶ୍ରମିକମାନଙ୍କ ପିସ୍ ଦର ବୃଦ୍ଧି, ବଜେଟ ମଞ୍ଜୁରୀ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ବକେୟା ୫୦ କୋଟି ଟଙ୍କା ପ୍ରଦାନ, କେନ୍ଦୁପତ୍ର ସଂସ୍ଥାରୁ ସଂଗ୍ରହ ହୋଇଥିବା ଜି ଏସ ଟି ଅର୍ଥ ଫେରସ୍ତ, ଫେରସ୍ତ ଜି ଏସ ଟି ଅର୍ଥ କୁ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ତୋଳାଳୀ, ବନ୍ଧାଳି ଓ କର୍ମଚାରୀ ଙ୍କୁ ପ୍ରଦାନ ଆଦି ଦାବୀ ଉପସ୍ଥାପନ କରିଥିଲେ। ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରି ଅତିରିକ୍ତ ଶାସନ ସଚିବ ତଥା ଜଙ୍ଗଳ ସଚିବ ସତ୍ୟବ୍ରତ ସାହୁ ଙ୍କୁ ନିର୍ଦ୍ଦେଶ ଦେଇ ପ୍ରମୁଖ ଦାବୀ ସମୂହ କୁ ଆଲୋଚନା ପ୍ରସ୍ତାବ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ମଧ୍ୟ ଏ ଦିଗରେ ଅବଗତ କରାଯାଇଛି।
ତୁରନ୍ତ ଏହି ଦାବୀ ସମୂହ କୁ ନେଇ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, କେନ୍ଦୁପତ୍ର ୱେଲ ଫ୍ୟାର୍ ବୋର୍ଡ ପୂର୍ବତନ ଉପଦେଷ୍ଟା ସଂଜିତ ମହାନ୍ତି, ସଂଘ ଉପ ସଭାପତି ଗୋକୁଳ ମେହେର, ସମ୍ପାଦକ ମହମ୍ମଦ ମୂର୍ତୁଜା, ସି ସି ଏଫ୍ ସୁଦର୍ଶନ ବେହେରା, ଡି ଏଫ୍ ଓ ସମ୍ବଲପୁର ଗୌରୀ ଶଙ୍କର ଦାସ, ଡି ଏଫ୍ ଓ କୁଚିଣ୍ଡା ଦେବାର୍ଚ୍ଚନ ବେହେରା, ଡି ଏଫ୍ ଓ ଝାରସୁଗୁଡ଼ା ସାଳବିନ୍ଦର୍ ସିଂ, ଡି ଏଫ୍ ଓ ରେଢ଼ାଖୋଲ ସୁବ୍ରତ ପାତ୍ର, ଡି ଏଫ୍ ଓ ଦେବଗଡ଼ ପ୍ରକାଶ ଦାସଙ୍କ ମଧ୍ୟରେ ଏକ ଆଲୋଚନା ଅନୁଷ୍ଠିତ ହୋଇ ପ୍ରସ୍ତାବ ବିଷୟରେ ଆଲୋଚନା କରାଯାଇଛି। ସଂଘର ଏହି ପ୍ରତିନିଧି ମଣ୍ଡଳୀ ରେ ଡିଭିଜନ ସମ୍ପାଦକ ପ୍ରଦୀପ ସାହୁ, ଭୁପେନ୍ଦ୍ର ନାୟକ, ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ଆକାଶ ଦେବତା, ରବିନ ରଞ୍ଜିତ , ବିକାଶ ପ୍ରଧାନ, ତୋଳାଳୀ କବିତା ତିର୍କି, ନିର୍ବାଣୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ଉପରୋକ୍ତ ଦାବୀ ସମୂହ କୁ ନେଇ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଘେରାଉ ସମାବେଶ କରାଯାଉଥିବା ବେଳେ ଆସନ୍ତା କାଲି ୨୨ ଏପ୍ରିଲରେ ସମ୍ବଲପୁର, ୨୩ ରେ ରେଢ଼ାଖୋଲ ଓ ୨୪ ରେ ଅନୁଗୋଳ ରେ ଘେରାଉ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି ଏବଂ ଦାବୀ ହାସଲ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଜିତ ମହାନ୍ତି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ