Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ରକ୍ତ ଭଣ୍ଡାର ଠାରେ ଭାରତୀ ସମାଜ,ରୋଟାରୀ କ୍ଲବ୍, ଯୋଗ ପରିବାର ସମ୍ବଲପୁର ଏବଂ ସେବା ଅନୁଷ୍ଠାନ ର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରୋଟାରୀ କ୍ଲବର ସଭାପତି ବିଲାଲ ମଲ୍ଲିକ, ଯୋଗ ପରିବାରର ସୁଧୀର ମିଶ୍ର, ସେବା ଅନୁଷ୍ଠାନର ଅମର ତାଣ୍ଡିଆ ଓ ଭାରତୀ ସମାଜର ସମ୍ବଲପୁର ଜିଲ୍ଲା ସଂଯୋଜକ କିଶୋର ଧରେଇ ରକ୍ତଦାନ ଶିବିର ପରିଚାଳନା କରିଥିଲେ । ଏହି ରକ୍ତଦାନ ଶିବିରରେ ବେଦିକ ଇଣ୍ଟରନେସନାଲ ସ୍କୁଲର ଚେୟାରମ୍ୟାନ୍ ଆନନ୍ଦ ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବେଦିକ ଇଣ୍ଟରନେସନାଲ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯିବା ସହ ଛାତ୍ରଛାତ୍ରୀମାନେ ସହଯୋଗ ମଧ୍ଯ କରିଥିଲେ। ରକ୍ତଦାନ ଶିବିର ରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ରକ୍ତର ଅଭାବ ଦୂର କରିବା ସହ ଯୁବପିଢୀ ଙ୍କୁ ରକ୍ତ ଦାନ କରିବା ପାଇଁ ଉତ୍ସାହିତ କରିବା ପାଇଁ ଏହି ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା ।‌ କାର୍ଯ୍ୟକ୍ରମ ଆୟୋଜନ ରେ ଭାରତୀ ସମାଜର ସୁଷମା ପ୍ରଧାନ ଓ ରାଜେଶ ସ୍ୱାଇଁ ପ୍ରମୁଖ ସହଯୋଗ କରଥିଲେ।