Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଡ଼ାରେ ଭୟଙ୍କର ଦୁର୍ଘଟଣା, ୩ ମୃତ, ୩ ଗୁରୁତର

ଯୋଡ଼ା ଡିଏଭି ସ୍କୁଲ ପାଖ ଫ୍ଲାଏ ଓଭର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ଜୀବନ ଚାଲିଯାଇଛି । ଅନ୍ୟ ତିନି ଜଣ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୋମବାର ରାତି ପ୍ରାୟ ୯ଟା ହେବ । ଦୁଇଟି ବାଇକରେ ୬ ଜଣ ଯାତ୍ରା କରୁଥିଲେ ।

ଉଭୟ ବାଇକ୍ ବିପରୀତ ଦିଗରୁ ଆସି ମୁହାଁମୁହିଁ ଧକ୍କା ହୋଇଥିଲେ । ଦୁର୍ଘଟଣା ପରେ ବାଇକ ଚାଳକ ଓ ଆରୋହୀ ତଳେ ପଡ଼ିଯାଇଥିଲେ । ତେବେ ଠିକ୍ ସେତିକି ବେଳେ ଏକ ଅଜଣା ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ।

ମୃତକମାନେ ହେଲେ ଯୋଡ଼ା ବ୍ଲକ୍ ଜରିବାହାଲ ଅଞ୍ଚଳର ମୋହନ ମୁଣ୍ଡା ଓ ମାସୀ ମୁଣ୍ଡା ଏବଂ ଝୁମ୍ପୁରା ବ୍ଲକ୍ କୁଞ୍ଜରଡିହି ଅଞ୍ଚଳର ବିଜୟ ମୁଣ୍ଡା। ଗୁରୁତରମାନଙ୍କୁ ଟାଟା ଷ୍ଟିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୋଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ