Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେବେ ବିବାହ କରିବେ ଶୁଭମନ ଗିଲ?

ନୂଆଦିଲ୍ଲୀ: ଶୁଭମନ ଗିଲ ବର୍ତ୍ତମାନର ଭାରତୀୟ କ୍ରିକେଟ ଦଳର ସବୁଠାରୁ ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରୁ ଜଣେ। ସେ ସାଧାରଣତଃ ତାଙ୍କ ସମ୍ପର୍କର ଗୁଜବ ଯୋଗୁଁ ଶିରୋନାମାରେ ରହିଥାନ୍ତି। ଏବେ ଗିଲଙ୍କ ବିବାହ ସହିତ ଜଡିତ ଏକ ଅନନ୍ୟ କାହାଣୀ ସାମ୍ନାକୁ ଆସିଛି।

ପ୍ରକୃତରେ, କୋଲକାତା ନାଇଟ୍ ରାଇଡର୍ସ ବନାମ ଗୁଜରାଟ ଟାଇଟାନ୍ସ ମ୍ୟାଚ୍ ପୂର୍ବରୁ ଟସ୍ ସମୟରେ ଡାନି ମୋରିସନ ଗିଲଙ୍କୁ ତାଙ୍କ ବିବାହ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ।କ୍ରିକେଟରଙ୍କୁ ପଚାରିଥିଲେ, “ତୁମେ ଭଲ ଦେଖାଯାଉଛ, ବିବାହ ପାଇଁ କିଛି ଯୋଜନା ଅଛି କି?” ଗିଲ୍ ଉତ୍ତରରେ କାହିଥିଲେ, “ନା, ଏବେ ଏପରି କୌଣସି ଯୋଜନା ନାହିଁ।” ଶୁଭମନ ଗିଲ ନିଜେ ବର୍ତ୍ତମାନ କାହାକୁ ଡେଟ୍ କରୁଛନ୍ତି ସେ ବିଷୟରେ କିଛି କହି ନାହାଁନ୍ତି, କିନ୍ତୁ ଗତ କିଛି ମାସ ଧରି ଗୁଜବ ଉଡୁଛି ଯେ ସେ ଟିଭି ଅଭିନେତ୍ରୀ ଅବନୀତ କୌରଙ୍କ ସହ ସମ୍ପର୍କରେ ଅଛନ୍ତି।ପୂର୍ବରୁ ତାଙ୍କ ନାମ ସାରା ଅଲି ଖାନ ଏବଂ ସାରା ତେନ୍ଦୁଲକର ସହ ମଧ୍ୟ ଯୋଡା ଯାଇଛି।

ତେବେ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୫ରେ ହଇଚଇ ସୃଷ୍ଟି କରିଛି। କେକେଆର ବିପକ୍ଷ ମ୍ୟାଚ୍ ପୂର୍ବରୁ ଗୁଜରାଟ ୭ ମ୍ୟାଚ୍ ଭିତରୁ ୫ଟି ମ୍ୟାଚ୍ ଜିତିଛି। ସେହିପରି ଦଳ ବର୍ତ୍ତମାନ ୧୦ ପଏଣ୍ଟ ସହିତ ଶୀର୍ଷରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ