Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଦୀପକ

ସମ୍ବଲପୁର:ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀ ରେ ଦୀପକ ବିଶ୍ୱାଳ ନାମକ ଜନ ସାମାଜିକ କର୍ମୀ ମହାନଦୀ ରୁ ଏକ ପାଇପ୍ ଲାଇନ ଦିଗଝରଣ ସ୍ଥିତ ମେଘା ପ୍ରକଳ୍ପ କୁ ସଂଯୋଗ କରାଗଲେ ଦୁଇଟି ପଞ୍ଚାୟତ ରେ ଥିବା ପ୍ରାୟ ୨୦୬୦ ହେକ୍ଟର ଅଣ ଧାନ ଜମି ରେ ବିଭିନ୍ନ ଶସ୍ୟ ଓ ପନିପରିବା ଚାଷ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।କେଶାପାଲି କେନାଲ ରୁ ମହାନଦୀ ର ଦୂରତା ପ୍ରାୟ ୬ କିମି ରହିଥିବାରୁ ସହଜରେ ପାଇପ୍ ସଂଯୋଗ କରାଯାଇ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।ଏହି ପ୍ରକଳ୍ପ କାର୍ଯ୍ୟ କାର୍ଯ୍ୟକ୍ଷମ ହେଲେ କେଶାପାଲି ପଞ୍ଚାୟତ ର ୧୪ ଟି ଓ ଗଡଲୋଇସିଂ ପଞ୍ଚାୟତ ର୧୧ ଟି ଗ୍ରାମର ଚାଷୀ ମାନେ ଉପକୃତ ହୋଇପରିବା ଆଶା କରାଯାଉଛି ।ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ରିପୋର୍ଟ ତଳବ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ