Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପର୍ଶୁରାମ ଜନ୍ମୋତ୍ସବ ଉପଲକ୍ଷେ ବିବିଧ କାର୍ଯ୍ୟକ୍ରମ

ସମ୍ୱଲପୁର:ଚଳିତ ବର୍ଷ ସମ୍ୱଲପୁର ସହରରେ ଆସନ୍ତା ୩୦ତାରିଖରେ ପର୍ଶୁରାମ ଜନ୍ମୋତ୍ସବ ସମାରୋହ ମହା ଆଡ଼ମ୍ବରରେ ପାଳିତ ହେବ। ଏହି ଉପଲକ୍ଷେ ବାଇକ ରାଲି, ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ଜନ୍ମୋତ୍ସବ ଦିବସରେ ପୂଜାର୍ଚ୍ଚନା, ଆଳତି, ଶୋଭାଯାତ୍ରା ସହ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ମଙ୍ଗଳବାର ପର୍ଶୁରାମ ଭବନ ମାରୱାଡ଼ି ପଡ଼ା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପର୍ଶୁରାମ ଜନ୍ମୋତ୍ସବ ସମାରୋହ ସମିତିର ସଭାପତି ବିବେକ ଶର୍ମା ଏହା କହିଥିଲେ। ସେ ଆହୁରି କହିଥିଲେ ଯେ, ଆସନ୍ତା ୨୭ରେ ଏକ ବାଇକ ରାଲିର କାର୍ଯ୍ୟକ୍ରମ ରହିଛି। କ୍ଷେତରାଜପୁର ବୈଷ୍ଣୋ ଦେଵୀ ମନ୍ଦିରରୁ ବାହାରି ସମଲେଶ୍ଵରୀ ମନ୍ଦିର, କୁଞ୍ଜେଲପଡ଼ା, ଝାଡୁଆ ପଡ଼ା ଦେଇ ପର୍ଶୁରାମ ଭବନରେ ଶେଷ ହେବ। ପ୍ରାୟ ୧୦୦ବାଇକ ଏହି ରାଲିରେ ସାମିଲ ହେବେ। ରାଲିକୁ ବିଭିନ୍ନ ସ୍ଥାନରେ ସ୍ଵାଗତ କରିବାର ଯୋଜନା ରହିଛି । ଏହାପରେ ପର୍ଶୁରାମ ଭବନ ମାରୱାଡ଼ି ପଡ଼ା ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବ । ଗ୍ରୀଷ୍ମ ଋତୁରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଏହା କିଛି ମାତ୍ରାରେ ଅଭାବ ପୂରଣରେ ସହାୟକ ହେବ। ସେହିପରି ଜନ୍ମୋତ୍ସବ ବା ଅକ୍ଷୟ ତୃତୀୟା ଦିନ ପୂଜାର୍ଚ୍ଚନା ସହ ଆଳତି କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ହଜାର ହଜାର ସଂଖ୍ୟାରେ ଏକ ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଛି । ଏହା ମାରୱାଡ଼ି ପଡ଼ାରୁ ବାହାରି ଝାଡ଼ୁଆପଡ଼ା, କୁଞ୍ଜେଲପଡ଼ା, ପଟ୍ଟନାୟକପଡା, ପର୍ଶୁରାମ ଛକ, ମ୍ୟୁନସିପାଲଟି ଛକ, ଦଳେଇ ପଡ଼ା ହୋଇ ପର୍ଶୁରାମ ଭବନରେ ଶେଷ ହେବ । ଏହି ଶୋଭାଯାତ୍ରାରେ ସମ୍ପ୍ରଦା, କୀର୍ତ୍ତନ ଦଳ ଓ ଭଜନ ଲାଗି ଡିଜେ ବ୍ୟବସ୍ଥା କରାଯାଇଛି ।
ସେଶରେ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ କୋଷାଧ୍ୟକ୍ଷ ରାଜକୁମାର ଶର୍ମା, ସମ୍ପାଦକ ଗୌତମ ଶର୍ମା, ସହ ସଂପାଦକ ସଞ୍ଜୟ ଶର୍ମା, ଉପଦେଷ୍ଟା କୁଞ୍ଜବିହାରୀ ଶର୍ମା, କାର୍ଯ୍ୟକାରିଣୀ ସଭ୍ୟ ତରୁଣ ଶର୍ମା, ଗିରିଜା ଶଙ୍କର ଯୋଶୀ, ଦିନେଶ ଶର୍ମା ଓ ଗୌତମ ଯୋଶୀ ପ୍ରମୁଖ ମଞ୍ଚାସିନ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ