Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ପୃଥିବୀ ଦିବସ:ଗ୍ରାମୀଣ ଫଳ ଚାଷରେ ଇନ-ସିଟୁ ଗ୍ରାଫ୍ଟିଂ ପ୍ରଯୁକ୍ତି ଉପରେ ତାଲିମ କାର୍ଯ୍ୟକ୍ରମ

ସମ୍ବଲପୁର:୨୨ ଏପ୍ରିଲ୍, ବିଶ୍ୱ ପୃଥିବୀ ଦିବସର ଅବସରରେ, ସମ୍ବଲପୁର ଜିଲ୍ଲାର ସଂଗ୍ରାମାଳ ଗ୍ରାମପଞ୍ଚାୟତର ରସିଆପାଲି ଗ୍ରାମରେ ଗ୍ରାମୀଣ ଫଳ ଚାଷରେ ଇନ-ସିଟୁ ଗ୍ରାଫ୍ଟିଂ ପ୍ରଯୁକ୍ତି ଉପରେଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୫୦ ରୁ ଅଧିକ କୃଷକ ଅଂଶଗ୍ରହଣ କରିଥିଲେ।
ଟ୍ରେନିଂ ପରେ “ମାଙ୍ଗୋ, ଆପଲ୍ ବେର୍, ଗୁଆଭା ଭଳି ଆମ ପ୍ରମୁଖ ଟ୍ରପିକାଲ୍ ଫଳ ଉତ୍ପାଦନରେ ଇନ-ସିଟୁ ଗ୍ରାଫ୍ଟିଂ ପ୍ରଯୁକ୍ତିର ଉପକାରିତା” ବିଷୟରେ ଏକ ଆଲୋଚନା ସଭା ହେଇଥିଲା।
ହ୍ୟାଣ୍ଡସ ଅନ୍ ଟ୍ରେନିଂରେ ଦେଶୀ ବେର୍ ର ମୂଳ ଗଛ ଉପରେ ଆପଲ୍ ବେର୍ ଗ୍ରାଫ୍ଟ କରିବା ପ୍ରକ୍ରିୟା ଶିଖାଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଆମ ଗବେଷଣା ଇଣ୍ଟର୍ନ ପ୍ରିୟାଂଶୁ ବସ୍ତିଆଙ୍କ ଦ୍ୱାରା ସଂଚାଳିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅଭିନବକୃଷି ଗବେଷଣା ସଂସ୍ଥାର ଶ୍ରୀ ଜଟା ଭୂଷଣ ସାହୁ ଓ ଶ୍ରୀ କୈବଲ୍ୟ ପ୍ରଧାନ ଉପସ୍ଥିତ ଥିଲେ। ଗ୍ରାମବାସୀ ମାନେ ଗ୍ରାଫ୍ଟିଂ ପ୍ରକ୍ରିୟାରେ ସହଯୋଗ କରିଥିଲେ।
ଇନ-ସିଟୁ ଗ୍ରାଫ୍ଟିଂ ପ୍ରଯୁକ୍ତି ଏକ ନିମ୍ନ ବାହ୍ୟ ଇନପୁଟ ଭିତ୍ତିକ ଟିକାଉ କୃଷି ପ୍ରକ୍ରିୟା ଯାହା କୃଷକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ଏହା ଅତ୍ୟନ୍ତ କମ୍ ପାଣି ଓ ସାର ଦ୍ୱାରା ଉତ୍ପାଦନ ସମ୍ଭବ କରାଯାଏ, ଏବଂ ଅଳ୍ପ ସମୟରେ ଅଧିକ ଫଳ ମିଳିଥାଏ। ଏହି ପ୍ରକ୍ରିୟା ଦ୍ୱାରା ଫଳ ଗଛର ଜନ୍ୟୁ ଶୁଦ୍ଧତା ମଧ୍ୟ ରକ୍ଷା କରାଯାଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories