Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା: ମୃତ ଓଡ଼ିଆ ପର୍ଯ୍ୟଟକଙ୍କ ମରଶରୀର ତାଙ୍କ ବାସସ୍ଥାନରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ

ଜମ୍ମୁ-କାଶ୍ମୀରରେ ମଙ୍ଗଳବାର ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଏଥର ସେନା ନୁହନ୍ତି ବଳି ପଡ଼ିଛନ୍ତି ସାଧାରଣ ପର୍ଯ୍ୟଟକ । ବର୍ତ୍ତମାନ ସୁଦ୍ଧା ୨୬ ପର୍ଯ୍ୟଟଙ୍କର ମୃତ୍ୟୁ ହୋଇସାରିଛି । ୧୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପର୍ଯ୍ୟଟକ ମଧ୍ୟ ଅଛନ୍ତି ।

ସେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀ । ମୃତ ପ୍ରଶାନ୍ତ ତାଙ୍କ ସ୍ତ୍ରୀ ଏବଂ ୮ ବର୍ଷର ପୁଅ ସହ ପହଲଗାମ ବୁଲିବାକୁ ଯାଇଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଅତର୍କିତ ଗୁଳି ବର୍ଷଣ କରିଥିଲେ । ଏଥିରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆଜି ଏକ ଜଘନ୍ୟ ଓ ବର୍ବର କାଣ୍ଡ ଘଟାଇ ଉଗ୍ରପନ୍ଥୀମାନେ କାଶ୍ମୀରର ପହଲଗାମଠାରେ ନିରୀହ ପର୍ଯ୍ୟଟକମାନଙ୍କୁ ହତ୍ୟା କରିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଘଟଣାରେ ମୃତ୍ୟୁ ଘଟିଥିବା ଜଣେ ଓଡିଆ ପର୍ଯ୍ୟଟକ ପ୍ରଶାନ୍ତଙ୍କ ମରଶରୀର କିପରି ତାଙ୍କର ବାସସ୍ଥାନରେ ସୁରୁଖୁରୁରେ ପହଞ୍ଚିବ, ସେ ସଂପର୍କରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅବସ୍ଥାପିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ