ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ସଙ୍ଗଠନ ଟିଆରଏଫ । ନୃଶଂସ ଭାବେ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଏହି ସଙ୍ଗଠନ ସମ୍ପର୍କରେ ଜାଣିଛନ୍ତି କି ? କିଏ ସଂଗଠନର ମୁଖ୍ୟ ? କାହା ହାତରେ ନାଚୁଛି ଏହି ସଙ୍ଗଠନ ? କେଉଁମାନଙ୍କୁ ଏହି ଆତଙ୍କବାଦୀ ସଙ୍ଗଠନରେ କରାଯାଏ ସାମିଲ, ଆସନ୍ତୁ ଜାଣିବ ।
ଗନ୍ ପଏଣ୍ଟରେ ୨୮ ଜଣଙ୍କ ଜୀବନ ନେବା ପରେ ଆତଙ୍କବାଦୀ ସଙ୍ଗଠନ ଟିଆରଏଫ୍ ଭାରତକୁ ଖୋଲା ଧମକ ଦେଇଛି । ଆଗକୁ ଉପତ୍ୟାକାରେ ଏମିତି ଆକ୍ରମଣ ଜାରି ରହିବ ବୋଲି ସଙ୍ଗଠନ ପକ୍ଷରୁ ତେତେବନୀ ଦିଆଯାଇଛି ।
୨୦୧୯ରେ ଗଠିତ ଟିଆରଏଫ୍ ଟେରର କିଲିଂର ଅନେ ଘଟଣା ଘଟାଇ ସାରିଛି । ୨୦୧୯ରେ ଧାରା ୩୭୦ ହଟାଯିବା ପରେ ଜମ୍ମୁ-କାଶ୍ମୀରକୁ ପ୍ରବେଶ କରିବା ପାକିସ୍ତାନୀ ଆତଙ୍କୀଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା । ତେଣୁ ହାଫିଜ୍ ସଇଦର ଲସ୍କର-ଏ-ତୋଏବା ଏବଂ ଇଣ୍ଡିଆନ ମୁଜାହିଦ୍ଦିନ୍ ମିଶି ଟିଆରଏଫ୍ ଗଠନ କରିଥିଲେ । ଏହି ଆତଙ୍କୀ ସଙ୍ଗଠନ ଗଠନରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଏକ ବଡ଼ ଭୂମିକା ରହିଛି । ଟିଆରଏଫ୍ ପ୍ରଥମ ଆତଙ୍କୀ ସଙ୍ଗଠନ, ଯାହାର ନାଁ ଇଂରାଜୀରେ ରହିଛି । ବିଶ୍ବର ନଜରରୁ ବଞ୍ଚିବା ପାଇଁ ପାକିସ୍ତାନ ଗୁଇନ୍ଦା ଏଜେନ୍ସିର ଅଧିକାରୀମାନେ ଇଂରାଜୀ ଶବ୍ଦ ବ୍ୟବହାର କରିଥିଲେ । ଏହି ସଙ୍ଗଠନର ସବୁ ଆତଙ୍କବାଦୀ ଜାମ୍ମୁ କାଶ୍ମୀରର ବାସିନ୍ଦା । ପାକିସ୍ତାନର ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶରେ ହିଁ ଏମାନେ କାର୍ଯ୍ୟ କରିଥାନ୍ତି ।