ନୁଆଁପଡା:ଜିଲ୍ଲାପାଳମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭା ଗୃହରେ ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ ପାଇଁ ବିଭିନ୍ନ ବିଭାଗର ସମ୍ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଅଛି l
ବୈଠକକୁ ଉଦ୍ବୋଧନ ଦେଇ ଜିଲ୍ଲାପାଳ କହିଲେଯେ ଜିଲ୍ଲାରେ ସମସ୍ତ ବିଭାଗର ମିଳିତ ଉଦ୍ୟମ କ୍ରମେ ପ୍ରବାସୀ ଶ୍ରମିକ ପ୍ରଥାର ନିରାକରଣ ହୋଇ ପାରିବ l ବିଭିନ୍ନ ବିଭାଗର ବିଗତ ଦିନର କାର୍ଯ୍ୟାବଳୀକୁ ଦେଖି ପ୍ରବାସୀ ଶ୍ରମିକ ମାନଙ୍କୁ କେତେ ସହାୟତା ପ୍ରଦାନ କରାଯାଇଛି ତାର ସମୀକ୍ଷା କରାଗଲା ।ମାର୍ଚ୍ଚ ମାସରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ୨୩୩୬ ଟି ପରିବାରର ଶ୍ରମିକ ପୁରୁଷ ଓ ମହିଳା ମାନଙ୍କ ଦ୍ଵାରା ମାସ ଶେଷ ସୁଦ୍ଧା ୬,୪୮,୭୦୯ ଶ୍ରମ ଦିବସ ସୃଷ୍ଟି କରି ୨୨ କୋଟି ୮୩ ଲକ୍ଷ ୪୫ ହଜାର ୫୬୭ ଟଙ୍କା ମଜୁରି ପ୍ରଦାନ କର ଯାଇଛି l ୧୦୦ ଦିନର କାମ ୨୯୫୩ ଟି ପରିବାର ୨୦୦ ଦିନର କାମ, ୧୭୦୩ ଟି ପରିବାର ଓ ୩୦୦ ଦିନର କାମ ୯୭ ଟି ପରିବାର କରିଛନ୍ତି l ଜଳ ବିଭାଜକା ପ୍ରକଳ୍ପ ତରଫରୁ ୮୨ ଟି ପରିବାର ପାଇଁ ୬୨୭୨ ଶ୍ରମ ଦିବସ ସୃଷ୍ଟି କରା ଯାଇଛି। ମତ୍ସ୍ୟ ବିଭାଗ ତରଫରୁ ଗୋଟିଏ ପରିବାର କୁ ମାଛ ପୋଖରୀ ଖୋଳିବା ପାଇଁ ୭୦,୦୦୦ ଟଙ୍କା ସହାୟତା ଯୋଗାଇ ଦିଆ ଯାଇଛି।ମିଶନ ଶକ୍ତି ଓ ଜୀବିକା ମିଶନ ତରଫରୁ ୬୫୧ ଶ୍ରମିକ ପରିବାରଙ୍କୁ ୧ କୋଟି ୪୧ ଲକ୍ଷ ସହାୟତା ପ୍ରଦାନ କରାଯାଇଛି।
ନୂଆପଡାରେ ପ୍ରବାସୀ ଶ୍ରମିକ ସମସ୍ୟା ନିରାକରଣ ପାଇଁ ପ୍ରଶାସନର ସମ୍ମିଳିତ ବୈଠକ
