Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଟ୍‌ ଦେଉଛି ଝାରସୁଗୁଡା; ଦିନ ୧ଟା ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ଲାଗି ଜାରି ରହିଛି ମତଦାନ। ଦିନ ୧ ଟା ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ ହୋଇଛି।
ସୂଚନାନୁସାରେ, କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ ଟାରୁ ଭୋଟ୍ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମଧ୍ୟ ଅନେକ ମତଦାନ କେନ୍ଦ୍ର ସମ୍ମୁଖରେ ଲମ୍ବା ଧାଡି ଦେଖାଯାଇଥିଲା। ବୁଥରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧୀଙ୍କ ଉପସ୍ଥିତିରେ ଏକ ମକ୍ ପୋଲ୍ ପରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା।

ଅନ୍ୟପଟେ ଆଜି ଝାରସୁଗୁଡା ଉପନିର୍ବାଚନ ପ୍ରାରମ୍ଭରୁ ଶାନ୍ତି ଶୃଙ୍ଖଳାର ସହିତ ଚାଲିଥିବା ବେଳେ ମଝିରେ ଭୋଟ ଗ୍ରହଣ ବେଳେ ବିଭ୍ରାଟ ଦେଖାଦେଇଥିଲା । ମନମୋହନ ବିଦ୍ୟାଳୟ ୫୯ ନମ୍ବର ବୁଥରେ ଭୁଲ ଏଜେଣ୍ଟକୁ ନେଇ ଉତ୍ତେଜନା ଦେଖାଦେଇଥିଲା। କିଛି ସମୟ ପାଇଁ ଭୋଟରଙ୍କୁ ଭୋଟ୍‌ ଦେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏବେ କିନ୍ତୁ ବୁଥରେ ସ୍ୱାଭାବିକ ଭାବେ ଚାଲିଛି ମତଦାନ । ସେପଟେ ୱାର୍ଡ ନମ୍ବର ୧୭ରେ ୫୦ରୁ ଉର୍ଦ୍ଧ୍ୱ ଭୋଟରଙ୍କ ନାଁ ଭୋଟ୍ ଲିଷ୍ଟରେ ନଥିବାରୁ ଭୋଟ୍ ଦେଇପାରିନଥିବା ଅଭିଯୋଗ ହୋଇଛି ।

More Stories