Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଡଭଗାକ୍ୟାମ୍ପ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ:ମାମୁଁଘରୁ ଆସିଲା ମଉଲା ଭାର

ସମ୍ବଲପୁର:ଅତାବିରା ବ୍ଲକ ଗୋଡଭଗାକ୍ୟାମ୍ପ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଆଜି ଆରମ୍ଭ ହୋଇଛି । ଏଥି ପାଇଁ ଆଜି ଶ୍ରୀଜିଉଙ୍କ ମାମୁଁ ଘରୁ ମଉଲା ଭାର ଯଜ୍ଞମଣ୍ଡପକୁ ପହଞ୍ଚିଛି ।ବୁଧବାର ସନ୍ଧ୍ୟା ୬ଟା ସମୟରେ ଶ୍ରୀଜିଉଙ୍କ ମାମୁଁଘର ଘୋଷିତ ହୋଇଥିବା ଗୋଡଭଗା ନିକଟସ୍ଥ ଘୁଡୁକାଟିକ୍ରା ଗ୍ରାମବାସୀ ଏକ ବିଶାଳ ଶୋଭାଯାତ୍ରାରେ ଜୁଗାର ସହିତ ଶ୍ରୀଜିଉଙ୍କ ପାଇଁ ବସ୍ତ୍ର,ଉପବସ୍ତ୍ର ସହିତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ନେଇ ଯଜ୍ଞ ଶାଳାକୁ ବାହାରିଥିଲା।ଏହି ଶୋଭାଯାତ୍ରା ଘୁଡୁକାଟିକ୍ରାରୁ ବାହାରି ୬ନଂ ଜାତୀୟ ରାଜପଥ ଦେଇ ଗୋଡଭଗା ଜନତାହାଇସ୍କୁଲ ସମ୍ମୁଖକୁ ପହୁଞ୍ଚିଥିଲା । ଏହାପରେ ପୂର୍ବରୁ ନିଜନିଜ ମଉଲାଭାର ନେଇ ଆସିଥିବା ୧୧ ଯୋଡି କର୍ତ୍ତା ସେଠାରେ ମାମୁଁଘର ଲୋକଙ୍କୁ ଅପେକ୍ଷା କରି ରହିଥିଲେ । ସେଠାରେ ସମସ୍ତେ ଏକାଠି ହୋଇ ଏଥିରେ ସାମିଲ ହୋଇ ବାଜା ରୋଶଣୀ ସହ ଏକ ଭବ୍ୟ ଶୋଭାଯାତ୍ରାରେ ଯଜ୍ଞଶାଳ କୁ ଯାଇଥିଲେ । ସେଠାରେ ଶ୍ରୀଜିଉଙ୍କ ପାଇଁ ଆସିଥିବା ସମସ୍ତ ମଉଲାଭାର ଓ ୧୧ ଯୋଡି କର୍ତ୍ତାଙ୍କୁ ଫୁଲ ଚନ୍ଦନ ଦେଇ ମନ୍ଦିର ତରଫରୁ ଯଜ୍ଞମଣ୍ଡପକୁ ସ୍ୱାଗତ କରାଯାଇଥିଲା । ଏହାପରେ ଯଜ୍ଞଶାଳାରେ ଅଙ୍କୁରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୂଖ୍ୟ ପଣ୍ଡିତ ପଦ୍ମପାଣି ମହାପାତ୍ରଙ୍କ ତତ୍ୱାବଧାନରେ ପଣ୍ଡିତ ମଣ୍ଡଳୀ ପୂଜା ଓ ଯଜ୍ଞ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏହି ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।