Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁର୍ଶୀଦାବାଦ ଓ ପହଲଗାମ ହିଂସାକୁ ନେଇ ବରେଇପାଳିରେ ହରତାଳ

ସମ୍ବଲପୁର: ଆଜି ସକାଳ ସାଢେ ୭ଟା ବେଳେ ୫୫ ନମ୍ବର ଜାତୀୟ ରାଜପଥ ବରେଇପାଲି ଠାରେ ଶ୍ରୀ ରାମ ଜନ୍ମୋତ୍ସବ ସମିତି, ସମ୍ବଲପୁର ଆହ୍ବାନ କ୍ରମେ ସଭାପତି ପ୍ରଦୀପ କୁମାର ବହିଦାର ଓ କାର୍ଯ୍ୟକାରୀ ସଭାପତି ଗିରିଶ ପଟେଲ ଙ୍କ ନେତୃତ୍ୱ ରେ ଏକ ହରତାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମୁର୍ଷିଦାବାଦ (ପଶ୍ଚିମ ବଙ୍ଗ) ଓ କାଶ୍ମୀର ପହଲଗାମ ରେ ହିନ୍ଦୁ ମହିଳା ଓ ପର୍ଯ୍ୟଟକ ମାନଙ୍କ ବିରୁଦ୍ଧରେ ଘଟିଥିବା ନିର୍ମମ ହିଂସା, ଗ୍ୟାଙ୍ଗ ରେପ, ହତ୍ୟା ଓ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ କରି ଏହି ଅନ୍ଦୋଳନ ରେ ବହୁ ସ୍ଥାନୀୟ ନାଗରିକ ସ୍ଵଇଚ୍ଛା ରେ ଯୋଗ ଦେଇ ଘଟଣାକୁ ତୀବ୍ର ବିରୋଧ କରି ହରତାଳ କରିଥିଲେ।
ଏହି କାର୍ଯ୍ୟକ୍ରମରେ କାର୍ତ୍ତିକ ପ୍ରସାଦ ବହିଦାର, ଶିବ କୁମାର ଅଗ୍ରୱାଲ, ସରୋଜ ଘଡେ଼ଇ, ଦେବାଶିଷ ପୁରୋହିତ, ନୀଳାମ୍ବର ସିକନ୍ଦର, ସନ୍ତୋଷ ସାହୁ, ଶମ୍ଭୁ ବାରେଲିୟା, ମୁନ୍ନା ତିୱାରୀ, ବଳରାମ ମହାପାତ୍ର, ଜୋଯୋ ତିୱାରୀ, ରବି ପଣ୍ଡା, ସୁନିଲ ନନ୍ଦ, ପ୍ରଦୀପ ବେହେରା, ଟୁକୁ ମହାନ୍ତି, ନାରାୟଣ ପଣ୍ଡା, ସୁନିଲ ଝା, ରଞ୍ଜନ ଝା, ଗିରିଜା ସାହୁ, ଟେକଧର କର, ରୋହିତ ମିଶ୍ର, ଦୟାନିଧି ପ୍ରଧାନ, ରୂପେଶ କୁଆଁର, ଯୁଗଲ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ପ୍ରତିବାଦ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ