Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ ରାଜ ବ୍ୟବସ୍ଥା କୁ ସଫଳ କରିବା ପାଇଁ ନିଶା ନିବାରଣ ଏକମାତ୍ର ବିକଳ୍ପ ,ଅଭିଯାନ ପକ୍ଷରୁ ପଦଯାତ୍ରା

ସମ୍ବଲପୁର /କୁଚିଣ୍ଡା: ଆଜି ସମଗ୍ର ଦେଶ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ କରୁଛି ।ଏହି ଖୁସିରେ ମଧ୍ୟ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଶାଖା ସାମିଲ ହୋଇଛି । ଏଥି ପାଇଁ ପୂର୍ବାହ୍ନରେ କୁଚିଣ୍ଡା ଉପଖଣ୍ଡର ବଙ୍କେ ଗ୍ରାମ ପଞ୍ଚାୟତର ରାଜୀବ ଭବନ ପରିସରରେ ଅଭିଯାନ ର ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ସମବେତ ହୋଇ ନିଶା ହିଁ ତ୍ରିସ୍ତରୀୟ ପଞ୍ଚାୟତ ର ବିଫଳତା ର କାରଣ ଏଣୁ ଡବଲ ଇଞ୍ଜିନ ସରକାର ପୂର୍ଣ୍ଣ ନିଶା ନିବାରଣ କରନ୍ତୁ ବୋଲି ଆହ୍ବାନ ଦେଇଥିଲେ । ଏଥିରେ ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣା କର କିସା ନ ଭାଷଣ ଦେଇ ନିଶା ନିବାରଣ ନ ହେଲେ ମହିଳା ମାନେ ସରକାରୀ ସଭା ସମିତି ବର୍ଜନ କରନ୍ତୁ ବୋଲି ଆହ୍ବାନ ଦେଇଥିଲେ ।ପଞ୍ଚାୟତ ଶାଖା ସଭାପତି ନାରୀନେତ୍ରୀ ଝରଣା କଉଡ଼ି ଭାଷଣ ଦେଇ ବ୍ୟାଙ୍କ୍ ଗ୍ରାମ ପଞ୍ଚାୟତ କୁ ଏକ ଆଦର୍ଶ ଗ୍ରାମ ପଞ୍ଚାୟତ ଗଠନ ପାଇଁ ପ୍ରଥମେ ପୂର୍ଣ୍ଣ ନିଶା ନିବାରଣ କରାଯିବ ବୋଲି ଘୋଷଣା କରିଥିଲେ ।ଅନ୍ୟତମ ନିଶା ନିବାରଣ କର୍ମୀ ଜୟନ୍ତୀ ନାଏକ ଓ ଦୁର୍ଯ୍ୟୋଧନ ମୁଣ୍ଡା ଭାଷା ଦେଇ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି କହିଥିଲେ ।ସଭାରେ ସମିତି ସଭ୍ୟ ଓ ଗ୍ରାମ ମୁଖିଆ ବିଷ୍ଣୁ ପଟେଲ ମଞ୍ଚାସିନ ରହି ଆନ୍ଦୋଳନ କୁ ସମର୍ଥନ କରିଥିଲେ । ସଭାପତି ଶ୍ରୀ ନାୟକ ତାଙ୍କ ସଭାପତି ଅଭିଭାଷଣରେ ପଞ୍ଚାୟତ ରାଜ ର ସ୍ଥାପନ ଓ କ୍ରମ ବିକାଶ ସମ୍ପର୍କରେ ସୂଚନା ଦେଇ ନିଶା ନିବାରଣ ପଞ୍ଚାୟତ ରାଜ ବ୍ୟବସ୍ଥା ର ଅନ୍ୟତମ ଲକ୍ଷ୍ୟ ହେବ ବୋଲି ଆଶା ପ୍ରକାଶ କରିଥିଲେ ।ଏହା ପରେ ସଭାପତି ଶ୍ରୀ ନାୟକ ଙ୍କ ନେତୃତ୍ୱରେ ବ୍ୟାଙ୍କ୍ ଗ୍ରାମ ପଞ୍ଚାୟତ କୁ ଶତାଧିକ ସଂଖ୍ୟାରେ ମହିଳା ବିଭିନ୍ନ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ ।ଏହି ପଞ୍ଚାୟତ ରାଜ ସପକ୍ଷ ଓ ନିଶା ବିରୋଧୀ ପଦଯାତ୍ରା କୁ କଳ୍ପନା ନାଏକ, ସବିତା ବେହେରା,ସୌକିନୀ ସାହୁ,ତପସ୍ଵିନୀ ସାହୁ, କୁଞ୍ଜଳତା ପୃଷେ ଟ,ସମିରା କଉଡ଼ି,ଘନ କେଶୀ ହଂସ,ଜନନୀ ଷଣ୍ଢ,ସରୋଜିନୀ କିସାନ,ଝରଣା କଉଡ଼ି ପ୍ରମୁଖ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ